ଜିଲ୍ଲା ପରିଷଦ ଜୋନ ‘କ’ରୁ କଂଗ୍ରେସ ପ୍ରାର୍ଥୀ ଦାଖଲ କଲେ ପ୍ରାର୍ଥୀପତ୍ର

ମ.ରାମପୁର, (ହେମନ୍ତ ସାହୁ) : ଆଜି ମ.ରାମପୁର ଜୋନ୍ ‘କ’ର କଂଗ୍ରେସ ପ୍ରାର୍ଥୀ ଭାବରେ ଯୁବନେତା ଦୁଷ୍ମନ୍ତ ରଣା ଭବାନୀପାଟଣା ଉପଜିଲ୍ଲାପାଳଙ୍କ ପାଖରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଜୋନ୍‌ ନମ୍ବର ୩୩ରେ କଂଗ୍ରେସ ଜଣେ ଯୁବନେତାଙ୍କୁ ପ୍ରାର୍ଥୀ କରିଥିବା ବେଳେ ମ.ରାମପୁରର ଜୋନ ପ୍ରାର୍ଥୀ ପତ୍ର ପ୍ରଥମେ ଦୁଷ୍ମନ୍ତ କରିଥିବା ଜଣାଯାଇଛି । ଏହି ପ୍ରାର୍ଥୀ ପତ୍ର ଦାଖଲ ସମୟରେ ମ.ରାମପୁର ବ୍ଲକ ସଭାପତି ରୁଦ୍ର ପ୍ରତାପ ସିଂହ, ଜିଲ୍ଲା ସାଧାରଣ ସଂପାଦକ ଏବଂ କର୍ଲାମୁଣ୍ଡା ପ୍ରଭାରୀ ବିଭୂତି ଭୂଷଣ ମହାଖୁଡ଼, ଏସ୍‌ସି ସେଲ ସଭାପତି ଗୌର କୁମାର, ସିଙ୍ଗମଲ ମାଝୀ, ଆଇନଜୀବୀ ପ୍ରଭାକର ନାଗ, ବ୍ଲକ ସଂପାଦକ ପ୍ରକାଶ ରଣା, ନୁନପୁର ପଂଚାୟତ ସଭାପତି ହୁମେର ରଣା ପ୍ରମୁଖ ଉପସ୍ଥିତ ରହିଥିଲେ ।

jittmm
Leave A Reply

Your email address will not be published.