ପ୍ରାଥମିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନରେ ବିଦାୟକାଳୀନ ଓ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ

ପାଟଣାଗଡ, (ଗୋରେଖନାଥ ବରିହା) : ଆଜି ପାଟଣାଗଡ଼ର ପ୍ରାଥମିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଦାୟକାଳୀନ ଓ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି । ବହୁ ଦିନରୁ ଏହି ଅନୁଷ୍ଠାନରେ ଖାଲି ପଡ଼ିଥିବା ଲାଇବ୍ରେରୀଏନ୍‌ ପଦବୀ ପାଇଁ ଆଜି ନୂତନ ଲାଇବ୍ରେରୀଏନ୍‌ ଭାବେ ସୁବ୍ରଜିତ ପ୍ରଧାନ ଓ ନୂତନ ଅଧ୍ୟକ୍ଷ ଭାବେ ଗଣେଶ ପ୍ରସାଦ ଜେନା ଯୋଗ ଦେଇଛନ୍ତି । ପୂର୍ବରୁ ଅନୁଷ୍ଠାନର ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଉଥିବା ମାନସ ରଞ୍ଜନ ନାଏକଙ୍କ ଅନ୍ୟତ୍ର ବଦଳି ହେଇଥିବା ବେଳେ ନୂତନ ଅଧ୍ୟକ୍ଷ ଭାବେ ଯୋଗଦେଇଥିବା ଅଧ୍ୟକ୍ଷ ଶ୍ରୀଯୁକ୍ତ ଜେନାଙ୍କୁ ଅଧ୍ୟକ୍ଷ ପଦବୀ ହସ୍ତାନ୍ତର କରିଛନ୍ତି । ସେହିପରି ଏହି ଅନୁଷ୍ଠାନରେ ଦୀର୍ଘ ୩୨ ବର୍ଷ ଧରି ଶିକ୍ଷକତା କରିଆସୁଥିବା ଉପେନ୍ଦ୍ର ମେହେର ଆନୁଷ୍ଠାନିକ ଭାବେ ଅବସର ନେଇଛନ୍ତି । ଏହି ପରିପ୍ରେକ୍ଷୀରେ ପ୍ରାଥମିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ନୂତନ ଭାବେ ଯୋଗଦେଇଥିବା ଲାଇବ୍ରେରୀଏନ୍‌ ଶ୍ରୀଯୁକ୍ତ ପ୍ରଧାନ ଓ ଶ୍ରୀଯୁକ୍ତ ଜେନାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିବା ବେଳେ ଅନ୍ୟତ୍ର ବଦଳି ହେଇଥିବା ଅଧ୍ୟକ୍ଷ ମାନସ ରଞ୍ଜନ ନାଏକ ଓ ଅବସର ନେଇଥିବା ଉପେନ୍ଦ୍ର ମେହେରଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.