om academy

ଟିଟିଲାଗଡ଼ ଲାୟନ୍ସ କ୍ଲବ୍ ତରଫରୁ ମନିଗାଁ ଓ ଗୁଞ୍ଚିତରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଥଣ୍ଡା ପାନୀୟ ଜଳ ଯୋଗାଣ ବ୍ୟବସ୍ଥା

jsm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଲାୟନ୍ସ କ୍ଲବ୍ ତରଫରୁ ମନିଗାଁ ଓ ଗୁଞ୍ଚିତରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଥଣ୍ଡା ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି । ଲାୟନ୍ସ କ୍ଲବ ସବୁବେଳେ ଜନହିତକର ସେବା କାର୍ଯ୍ୟ କରିଥାଏ । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ଼ ନିକଟସ୍ଥ କିଛି ବିଦ୍ୟାଳୟ ମାନଙ୍କରେ ଥଣ୍ଡା ପାଣି ପିଇବା ବ୍ୟବସ୍ଥା ନଥିବାରୁ ଛାତ୍ରଛାତ୍ରୀଙ୍କୁ ଥଣ୍ଡା ପାଣି ଯୋଗାଇବା ଉଦ୍ଦେଶ୍ୟରେ କିଛି ବିଦ୍ୟାଳୟ ମାନଙ୍କରେ ୱାଟର କୁଲର ଦେବାକୁ ସ୍ଥିର କରାଯାଇଥିଲା । ଶୁକ୍ରବାର ଦିନ କ୍ଲବ ସଭାପତି ସନ୍ତୋଷ ମହାନ୍ତିଙ୍କ ସଭାପତିତ୍ୱରେ ସ୍ଥାନୀୟ ମନିଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ୱାଟର କୁଲରର ଲୋକାର୍ପଣ କରାଯାଇଛି । ଏହି ଅବସରରେ ମନିଗାଁ ସରପଞ୍ଚ ଶ୍ରୀମତୀ ହିମାଦ୍ରି ଖର୍ସେଲ, ପଞ୍ଚାୟତର ସମସ୍ତ ୱାର୍ଡ଼ ମେମ୍ବର, ସମିତିସଭ୍ୟ, ସ୍କୁଲର ପ୍ରଧାନ ଶିକ୍ଷକ ଲକ୍ଷ୍ମଣ ଦାସ, ଶିକ୍ଷୟିତ୍ରୀ ଅପର୍ଣ୍ଣା ଗୁରୁ, ଅପରିନିତା ସାହୁ, ଶିକ୍ଷକ ପାଣ୍ଡବ ବିଶି, ବିଦ୍ୟାଳୟର ପରିଚାଳନା କମିଟି, ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ସେହିପରି ଗୁଞ୍ଚିତରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ଆଉ ଏକ ୱାଟର କୁଲରର ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରଦ୍ଧାଞ୍ଜଳି ମହାନ୍ତିଙ୍କୁ ପ୍ରଦାନ କରାଯାଇଛି । ସେହି ବିଦ୍ୟାଳୟର ଜଣେ ଛାତ୍ର ଫିତା କାଟି ଲୋକାର୍ପଣ କରିଥିଲେ । ଉଭୟ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଏହି ସେବାକାର୍ଯ୍ୟ ଯୋଗାଇ ଥିବାରୁ କମିଟି ପକ୍ଷରୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଏହି ଅବସରରେ ଲାୟନ୍ସ କ୍ଲବର ଚାଟାର୍ଡ ମେମ୍ବର ଈଶ୍ୱର ଚାନ୍ଦ ଜୈନ, ଗୋପାଳ ଲାଠ, ସମ୍ପାଦକ ଅଜିତ ଚାନ୍ଦ ପାତ୍ର, ମାର୍କେଟିଂ ଚେୟାର ପର୍ସନ ସଞ୍ଜୟ କୁମାର ନାୟକ, ନୂତନ ସଭାପତି ଗଙ୍ଗାଧର ଶର୍ମା, ଲାୟନ ଆନନ୍ଦ ଜୈନ, ମନିସ ଗୁପ୍ତା, ଶମ୍ଭୁ ପ୍ରସାଦ ଗୋୟଲ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

Leave A Reply

Your email address will not be published.