centurian jitm

ପ୍ରେମରେ ପ୍ରତାରଣା : ଯୁବତୀଙ୍କୁ ଅନ୍ତସତ୍ତ୍ୱା କରି ଫେରାର୍‌ ଯୁବକ ତେଲେଙ୍ଗାନାରୁ ଗିରଫ

nschool

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବିବାହର ପ୍ରତିଶୃତି ଦେଇ ଜଣେ ଯୁବତୀ ସହ ଶାରିରୀକ ସମ୍ପର୍କ ରଖି ଅନ୍ତସତ୍ତ୍ୱା କରି ଯୁବକ ଜଣକ ଅନ୍ୟ ଏକ ଝିଅକୁ ଧରି ଫେରାର୍‌ ହୋଇଥିବା ବେଳେ ଖପ୍ରାଖୋଲ ପୋଲିସ ସୁଦୂର ତେଲେଙ୍ଗାନା ରାଜ୍ୟ ହାଇଦ୍ରାବାଦ ନିକଟସ୍ଥ ଅଞ୍ଚଳରୁ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି । ସୂଚନା ଅନୁଯାୟୀ ଖପ୍ରାଖୋଲ ଥାନା ଦେଦର୍ହ ଗ୍ରାମର ଜଣେ ନାବାଳିକାକୁ ଖପ୍ରାଖୋଲ ଥାନା ସର୍ଗିପାଲି ଗ୍ରାମର ଦେବାର୍ଚ୍ଚନ ବରିହାଙ୍କ ପୁଅ ସଞ୍ଜୀବ ବରିହା(୨୫) ପ୍ରେମ ଜାଲରେ ଫସାଇ ବିବାହର ପ୍ରଲୋଭନ ଦେଖାଇ ପ୍ରେମ ସମ୍ପର୍କ ରଖିବା ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲା । ପରେ ନାବାଳିକା ଜଣକ ଅନ୍ତଃସତ୍ତ୍ୱା ହୋଇ ସଞ୍ଜୀବକୁ ବିବାହ କରିବାକୁ କହିଥିଲେ କିନ୍ତୁ ଅଭିଯୁକ୍ତ ଜଣକ କେବଳ ଶାରୀରିକ ସୁଖ ପାଇଁ ନାବାଳିକା ସହ ସମ୍ପର୍କ ରଖିଥିଲା । ଏହି ଘଟଣା ପ୍ରଘଟ ହେବା ପରେ ନାବାଳିକାଙ୍କ ପରିବାର ଲୋକ ତାଙ୍କ ଉପରେ ବହୁତ ରାଗିଥିଲେ । ଘଟଣାଟି ସମସ୍ତେ ଜାଣିଲା ପରେ ସାମାଜିକ ସ୍ତରରେ କଟାପାଲି ଗ୍ରାମରେ ଏପ୍ରିଲ ୨୪ ତାରିଖ ଦିନ ଗୋଟିଏ ବୈଠକ ବସିଥିଲେ । ସେଠାରେ ଅଭିଯୁକ୍ତର ବାପା, ମାଁ ଏବଂ ଅଭିଯୁକ୍ତ ନିଜେ ସମାଜ ସମ୍ମୁଖରେ ସବୁକଥା ସ୍ୱୀକାର କରି ନାବାଳିକାଙ୍କୁ ପୁତ୍ରବଧୂ ଭାବେ ଗ୍ରହଣ କରିଥିଲେ । କିନ୍ତୁ କୌଣସି କାରଣ ବଶତଃ ସେମାନେ ନାବାଳିକାଙ୍କୁ ଘରକୁ ନେବାକୁ ଅସମର୍ଥ କହି ୧୨ ଦିନ ପରେ ଘରକୁ ନେବୁ ବୋଲି ସମାଜ ସମ୍ମୁଖରେ ଲେଖିଦେଇଥିଲେ । କିନ୍ତୁ ସେମାନେ ନାବାଳିକାଙ୍କୁ ସମୟସୀମା ମଧ୍ୟରେ ଘରକୁ ନେଇନଥିଲେ । ସେ ସମୟରେ ଅଭିଯୁକ୍ତ ସଞ୍ଜୀବ ଅନ୍ୟ ଏକ ଝିଅ ସହ ବାହା ହୋଇ ତେଲେଙ୍ଗାନା ରାଜ୍ୟ ହାଇଦ୍ରାବାଦ ଅଞ୍ଚଳର ଏକ ଇଟାଭାଟିକୁ ଫେରାର୍‌ ମାରିଥିଲା । ନାବାଳିକାଙ୍କ ପରିବାର ଲୋକ ବାଧ୍ୟ ହୋଇ ମେ’ ମାସ ୧୦ ତାରିଖ ଦିନ ଖପ୍ରାଖୋଲ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଖପ୍ରାଖୋଲ ପୋଲିସ ଅଭିଯୁକ୍ତଙ୍କୁ ଖୋଜିବାରେ ଲାଗିପଡ଼ିଥିଲା । ଏପଟେ ଜୈନିକ ନାବାଳିକା ଜଣକ ଗୋଟିଏ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିବା ବେଳେ ଅପେକ୍ଷାରେ ଥିଲେ ଯେ ସଞ୍ଜୀବ ଫେରି ଦୁହିଁଙ୍କୁ ଘରକୁ ନେଇକି ଯିବ । କିନ୍ତୁ ତାଙ୍କ ଆଶା ଆଶାରେ ରହିଗଲା । ଖପ୍ରାଖୋଲ ପୋଲିସ କେସ ନଂ ୧୧୮/୨୦୨୪ ଅନୁଯାୟୀ ଅଭିଯୁକ୍ତକୁ ପାଟଣାଗଡ଼ କୋର୍ଟକୁ ଚାଲାଣ କରାଯାଇଥିବା ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତ୍ର ପ୍ରକାଶ କରିଛନ୍ତି । ଅଭିଯୁକ୍ତ ସଞ୍ଜୀବ ୩ ଜଣଙ୍କ ଜୀବନ ବର୍ବାଦ କରିଦେଇଥିବା ବେଳେ ପୀଡ଼ିତା ମାନଙ୍କୁ କିପରି ନ୍ୟାୟ ମିଳିବ ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.