oom

ଆଶା କର୍ମୀଙ୍କ ୧୨ ଦଫା ସମ୍ବଳିତ ଦାବୀ ପୂରଣ ନେଇ ବିଧାନସଭା ଘେରାଓ ପାଇଁ ପ୍ରସ୍ତୁତି ବୈଠକ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବ୍ଲକ ଓ ପୁଇଁନ୍ତଲା ବ୍ଲକ ନିଖିଳ ଓଡିଶା ଆଶା କର୍ମୀ ସଂଘ ପକ୍ଷରୁ ୧୨ ଦଫା ସମ୍ବଳିତ ଦାବୀରେ କଲେଜ ଛକ ସ୍ଥିତ ମିଶନ ହାଇସ୍କୁଲ ପଡିଆରେ, ପୁଇଁନ୍ତଲା ବ୍ଲକ ଜାମଗାଁର ଉଭୟ ସ୍ଥାନରେ ଆସନ୍ତା ୧୫ ମାର୍ଚ୍ଚରୁ ବିଧାନସଭା ସମ୍ମୁଖରେ ଦିବା ରାତ୍ର ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ରାଲି ଓ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଉଭୟ ବ୍ଲକର ସମସ୍ତ ଆଶା କର୍ମୀଙ୍କୁ ନେଇ ମମତା କଚ୍ଛପଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଂଘର ସଭାପତି ତଥା ଏଆଇଟିୟୁସି କାର୍ଯ୍ୟକାରୀ ସଭାପତି ତୀର୍ଥ ପଧାନ, ସମ୍ପାଦିକା ଓମୀ ଗୁପ୍ତା, ବ୍ଲକ ସଭାନେତ୍ରୀ ମମତା ବାଗ, ଭାଗ୍ୟବତୀ ଜୁଆଡି, ସମ୍ପାଦିକା ବାସନ୍ତୀ ସେଠ, କୁମଦିନୀ ବାଗ, ମିନାକ୍ଷୀ ଜେନା, ସଂଜୁ ନାଏକ, ସୁମତି ପଟେଲ, ଜନନୀ ପଧାନ, ଉପଦେଷ୍ଟା ଦୁର୍ଯ୍ୟୋଧନ ବିଶ୍ୱାଳ ପ୍ରମୁଖ ଆଶା କର୍ମୀଙ୍କ ମାସିକିଆ ଭତ୍ତା ଧାର୍ଯ୍ୟ, ସର୍ବନିମ୍ନ ମାସିକ ଭତ୍ତା ୨୬ ହଜାର ଟଙ୍କା ପ୍ରଦାନ, ଜାତୀୟ ଶ୍ରମ ସମ୍ମିଳନୀ ନିଷ୍ପତ୍ତି ଅନୁସାରେ ୱାର୍କର ମାନ୍ୟତା ପ୍ରଦାନ, କାମରୁ ଅବ୍ୟାହୁତି ସମୟ ସୀମା ୬୨ ବର୍ଷରୁ ୬୫ ବର୍ଷକୁ ବୃଦ୍ଧି, କାମର ସମୟ ସୀମା ସରିବା ପରେ ସାମାଜିକ ସୁରକ୍ଷାରେ ଅନ୍ତର୍ଭୁକ୍ତ କରାଯାଇ ମାସିକିଆ ଭତ୍ତା ପ୍ରଦାନ, ମୃତ୍ୟୁ କାଳୀନ ସହାୟତା ରାଶି ୫ ଲକ୍ଷକୁ ବୃଦ୍ଧି, କାର୍ଯ୍ୟକାଳ ଶେଷ ହେବା ପରେ ସହାୟତା ରାଶି ୫ ଲକ୍ଷ ଟଙ୍କାକୁ ବୃଦ୍ଧି ଓ ଅନ୍ୟାନ୍ୟ ୧୨ ଦଫା ସମ୍ବଳିତ ଦାବୀ ସମ୍ବନ୍ଧରେ ସରକାରଙ୍କୁ ଦୃଢ ନିନ୍ଦା କରାଯାଇ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଆଶା କର୍ମୀଙ୍କ ଦାବୀ ଗୁଡିକ ଶୀଘ୍ର ପୂରଣ କରନ୍ତୁ ବୋଲି ବକ୍ତବ୍ୟ ଦେଇଥିଲେ । ବୈଠକରେ ବ୍ଲକର ବିଭିନ୍ନ ଅଂଚଳରୁ ଶତାଧିକ ଆଶା କର୍ମୀ ଯୋଗ ଦେଇ ବିଧାନସଭା ଘେରାଓ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସଂକଳ୍ପ ନେଇଥିଲେ ।

jittmm
Leave A Reply

Your email address will not be published.