ଉତ୍କଳ ସାଂସ୍କୃତିକ ପରିଷଦର ବୋଇତବନ୍ଦାଣ ପାଇଁ ପ୍ରସ୍ତୁତ ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳ ସାଂସ୍କୃତିକ ପରିଷଦର ଆନୁକୂଲ୍ୟରେ ୩୧ତମ ବୋଇତବନ୍ଦାଣ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ସେକ୍ଟର ୨ କମ୍ୟୁନିଟି ସେଣ୍ଟରଠାରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ କରୋନାକୁ ଦୃଷ୍ଟିରେ ରଖି ବୋଇତବନ୍ଦାଣ ଉତ୍ସବକୁ ପ୍ରତିକାତ୍ମକ ଭାବେ ଓ ନିରାଡମ୍ବର ରୂପେ ସାମାଜିକ ଦୂରତାକୁ ଗୁରୁତ୍ୱ ଦେଇ ପାଳନ କରିବାକୁ ସ୍ଥିର କରାଯାଇଛି । ଏନେଇ ପରିଷଦର ସଭାପତି ଅଭୟ କୁମାର ମହାପାତ୍ର ଓ ସାଧାରଣ ସଂପାଦକ ଶଙ୍କର ଜେନାଙ୍କ ଆବାହକତ୍ୱରେ ଆହୁତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ନିଷ୍ପତ୍ତି ଅନୁଯାୟୀ ଆସନ୍ତା ନଭେମ୍ବର ୧୮ ତାରିଖ ଦିନ ସେକ୍ଟର ୨ ଦୁର୍ଗାପୂଜା ପଡ଼ିଆଠାରେ ସଂଧ୍ୟା ବେଳେ ନିରାଡମ୍ବର ଭାବେ ବୋଇତବନ୍ଦାଣ କାର୍ଯ୍ୟକ୍ରମ କରାଯିବା ପାଇଁ ସ୍ଥିର କରାଯାଇଛି । କାର୍ଯ୍ୟକ୍ରମରେ ପାରମ୍ପରିକ ଭାବେ ବୋଇତବନ୍ଦାପନା, ପୂଜା, କୁନିକୁନି ପିଲାମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଓ କାର୍ତ୍ତିକ ପୂର୍ଣ୍ଣିମା ଦିନ ପ୍ରାତଃ ୫ଟା ବେଳେ ବୋଇତ ଭସାଣ କୋଏଲନଦୀଠାରେ କରାଯିବ । ଏହାକୁ ପ୍ରଶାସନ ଓ କୋଭିଡ ନିୟମ ପାଳନ କରାଯାଇ କରାଯିବ ବୋଲି ସ୍ଥିର କରାଯାଇଛି । ଏହି ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ସର୍ବଶ୍ରୀ ଦେବେନ୍ଦ୍ରନାଥ ସାମନ୍ତରାୟ, ରଶ୍ମିତ ସାହାଣୀ, ଚନ୍ଦ୍ରଶେଖର ଶତପଥୀ, ସୁନିଲ କାୟଲ, ପୂର୍ଣ୍ଣଚନ୍ଦ୍ର ସାହୁ, ପ୍ରଶାନ୍ତ କୁମାର ବିହାରୀ, ପ୍ରଦୀପ କୁମାର ମହାପାତ୍ର, ରଂଜନ ବାରିକ, ସୁଶାନ୍ତ ମହାନ୍ତି, ଆଦିତ୍ୟ ବାରିକ, ଲିଙ୍ଗରାଜ କୁମ୍ଭାର, ଡି.ନାରାୟଣ ରାଓ, ବିରେନ୍ଦ୍ର ନାରାୟଣ ସ୍ୱାଇଁ, ସନାତନ ସୁନାନୀ, ରମଣୀ ରଂଜନ ପଣ୍ଡା, ଗଣେଶ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଉପଦେଷ୍ଟା ଶ୍ରୀ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.