om academy

ବ୍ରହ୍ମପୁର ସାଂସଦ ଓ ଛତ୍ରପୁର ବିଧାୟକ ସମ୍ବର୍ଦ୍ଧନା ପାଇଁ ପ୍ରସ୍ତୁତି ବୈଠକ

jsm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ୬ ନମ୍ବର ୱାର୍ଡ ଓଡ଼ିଆ ଢମଣା ସାହି ସ୍ଥିତ ରାମଲିଙ୍ଗେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ନବ ନିର୍ବାଚିତ ସାଂସଦ ଓ ବିଧାୟକଙ୍କୁ ସମ୍ବର୍ଦ୍ଧନା ପାଇଁ ଏକ ପ୍ରସ୍ତୁତି ବୈଠକ ଗଞ୍ଜାମ ଜିଲ୍ଲା ଏସ୍‌ସି ମୋର୍ଚ୍ଚା ସଭାପତି କିର୍ତ୍ତନ ଦାସଙ୍କ ନେତୃତ୍ୱରେ ସଭା ଅନୁଷ୍ଠିତ ହେଇଥିଲା । ଉକ୍ତ ବୈଠକରେ ଗଞ୍ଜାମ ଜିଲ୍ଲା ସଭାପତି ଡ. ସୁବାଷ ଚନ୍ଦ୍ର ସାହୁ ସଭାପତିତ୍ୱ କରିଥିଲେ । ବସନ୍ତ କୁମାର ବେହେରା ସଭାକୁ ସଂଯୋଜନା କରିଥିଲେ । ପୂର୍ବତନ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ରଶ୍ମିରାଣୀ ମହାପାତ୍ର, ପୂର୍ବତନ ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ରଘୁନାଥ ସାହୁ, ଗଞ୍ଜାମ ଜିଲ୍ଲା ଉପସଭାପତି ଲକ୍ଷ୍ମୀ ନାରାୟଣ ପଣ୍ଡା ଗଞ୍ଜାମ ଏନ୍‌. ଏ. ସି ମଣ୍ଡଳ ସଭାପତି କାନ୍ତାରୀ ଦଳାଇ, ହୁମ୍ମା ମଣ୍ଡଳ ସଭାପତି ଧୃବଚରଣ ପଲାଇ, ସନ୍ତୋଷପୁର ମଣ୍ଡଳ ସଭାପତି ସନ୍ତୋଷ କୁମାର ନାହାକ ରାଜ୍ୟ ଓବିସି ମୋର୍ଚ୍ଚା ଉପସଭାପତି ସନ୍ତୋଷ କୁମାର ମହାପାତ୍ର, ଭିକାରୀ ପଲ୍ଲୀ ମଣ୍ଡଳ ସଭାପତି ପଦ୍ମଚରଣ ଚରଣ ପରିଡ଼ା, ଛତ୍ରପୁର ଏନ୍‌. ଏ. ସି ଅଧ୍ୟକ୍ଷଙ୍କ ପ୍ରତିନିଧି ଚନ୍ଦ୍ରଶେଖର ରେଡ୍ଡୀ, ମତ୍ସ୍ୟଜୀବୀ ନେତା ଭିମସେନ ବେହେରା, ଖଲିଚରଣ ରେଡ୍ଡୀ,ସୁକାନ୍ତ କୁମାର ତ୍ରିପାଠୀ, ମଲାଡ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ନିରଞ୍ଜନ ନାହାକ, ହୁମ୍ମା ପଞ୍ଚାୟତର ପୂର୍ବତନ ସରପଞ୍ଚ ଉମାକାନ୍ତ ସାହୁ, ସାନରାମଚନ୍ଦ୍ରପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ମିନକେତନ ନାହାକ,ସନ୍ତୋଷପୁର ପଞ୍ଚାୟତର ସୁବାଷଚନ୍ଦ୍ର ସାହୁ, ଗୋବିନ୍ଦ ଦାସ, ପ୍ରଶାନ୍ତ ଦାସ, ସୁଧିର ସାହୁ, ମହେଶ୍ୱର ଦାସ, ଟୁକୁ ଜେନା, ରାମଗଡ଼ ପଞ୍ଚାୟତର ସରପଞ୍ଚ ପ୍ରତିନିଧି ବିକ୍ରମ କୁମାର ଦାସ, କାଇଞ୍ଚପୁର ପଞ୍ଚାୟତରୁ ସରତଚନ୍ଦ୍ର ମହାପାତ୍ର, ସୁବଳୟା ପଞ୍ଚାୟତରୁ ଜବାରଲାଲ ନାହାକ, ସୌରଭ କୁମାର ମିଶ୍ର, ରଙ୍କନୀଧି ତରାଇ, ସୁରେନ୍ଦ୍ରନାଥ ସାହୁ, ପାଳିବନ୍ଧ ପଞ୍ଚାୟତରୁ ନିରାକାର ଜେନା, ଝାରେଡି ପଞ୍ଚାୟତରୁ ସମ୍ପଦ ନାହାକ, ସାନରାମଚନ୍ଦ୍ରପୁର ରମାକାନ୍ତ ନାହାକ, ପୋଇରାସି ପଞ୍ଚାୟତରୁ ନରହରି ବେହେରା, ରଙ୍କନୀଧି ପ୍ରଧାନ, ଶିଶିର ଦାସ, ରଞ୍ଜନ କୁମାର ବେହେରା, ଧନୁର୍ଦ୍ଧର ବେହେରା, ମନୋଜ ପଣ୍ଡା, କାଶିନାଥ ନାହାକ, ମନୋରଂଜନ ସାହୁ, ରାଜ୍ୟ ଯୁବ ନେତା ରଘୁନାଥ ରେଡ୍ଡୀ, ଯୁବ ନେତା କାହ୍ନୁ ଚରଣ ପଣ୍ଡା, ଟୁଟୁ ସାହୁ, ମାଗତା ପାତ୍ର, ବରିଷ୍ଠ ନେତା ଅଶ୍ଵିନୀ ରଥ ବରିଷ୍ଠ ନେତା ପ୍ରଫୁଲ୍ଲ କୁମାର ପଣ୍ଡା, ବରିଷ୍ଠ ନେତା ବିଜୟ ମୁଦୁଲି, ବରିଷ୍ଠ ନେତା ଶଙ୍କର ରେଡ୍ଡୀଙ୍କ ସହ ପ୍ରାୟ ୨୦୦ରୁ ଅଧିକ କର୍ମକର୍ତ୍ତା ଯୋଗ ଦେଇଥିଲେ ଉକ୍ତ କାର୍ଯ୍ୟକ୍ରମରେ ନିର୍ବାଚନ ମଣ୍ଡଳୀରୁ ପାଞ୍ଚ ଜଣିଆ କମିଟି ଗଠନ କରାଗଲା । ପ୍ରଶାନ୍ତ କୁମାର ନାୟକ, କାହ୍ନା ସ୍ୱାଇଁ, ଧନୁର୍ଦ୍ଧର ବେହେରା, ଚନ୍ଦ୍ରଶେଖର ରେଡ୍ଡୀ, ପଦ୍ମଚରଣ ସାହୁ । ଏହି ପାଞ୍ଚ ଜଣିଆ କମିଟି ତାରିଖ ନିର୍ଦ୍ଧାରଣ କରିବା ପରେ ସଠିକ୍‌ ତାରିଖ ଘୋଷଣା କରିବେ । ସେହି ତାରିଖରେ ସାଂସଦ ଓ ବିଧାୟକଙ୍କୁ ସମ୍ବର୍ଦ୍ଧନା ଦିଆଯିବ ବୋଲି ନିଷ୍ପତ୍ତି ହେଲା, ଶେଷରେ ଗଞ୍ଜାମ ଜିଲ୍ଲା ସଂପାଦକ ଲକ୍ଷ୍ମୀନାରାୟଣ ପଣ୍ଡା ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.