oom

୧୧ରେ ରୋପ୍ୟ ଜୟନ୍ତୀ ଉତ୍ସବରେ ମହାମହିମ ରାଜ୍ୟପାଳଙ୍କୁ ସ୍ୱାଗତ ପାଇଁ ପ୍ରସ୍ତୁତି

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ସ୍ଥିତ ଯମୁନା କାନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟର ରୋପ୍ୟ ଜୟନ୍ତୀ ଉତ୍ସବ ଚଳିତ ମାସ ୧୧ / ୪ ଦିନ ପାଳନ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ଏହି ଉତ୍ସବରେ ମହାମହିମ ରାଜ୍ୟପାଳ ଗଣେଶୀ ଲାଲ ଯୋଗଦେବାର ସ୍ଥିର ହୋଇଥିବା ବେଳେ ସରକାରୀ ସ୍ତରରେ ତଥା ପ୍ରଶାସନ ପକ୍ଷରୁ ମଧ୍ୟ ତତ୍ପରତା ଦେଖାଦେଇଛି । ପଦ୍ମପୁର ଉପଜିଲ୍ଲାପାଳ ସଦାକର କୁମ୍ଭାର, ପଦ୍ମପୁର ଏସ୍‌ଡ଼ିପିଓ ବିଭୁତି ଭୂଷଣ ଭୋଇ, ପାଇକମାଲ ଥାନା ଭାରପ୍ରାପ୍ତ ଅଧିକାରୀ ସୁଶାନ୍ତ କୁମାର ବଢ଼େଇଙ୍କ ସହିତ ଅନ୍ୟନ୍ୟ ବିଭଗୀୟ ଅଧିକାରୀ ବିଦ୍ୟାଳୟ ନିରୀକ୍ଷଣ କରିବା ସହିତ ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ପଣ୍ଡାଙ୍କ ସହିତ ମହାମହିମ ରାଜ୍ୟପାଳଙ୍କ କାର୍ଯ୍ୟକ୍ରମ ଉପରେ କିପରି ସଫଳ ହେବ ସେ ନେଇ ସବିଶେଷ ଆଲୋଚନା କରିଛନ୍ତି । ଏହା ସହିତ ଶିକ୍ଷା ବିଭାଗ ପକ୍ଷରୁ ପାଇକମାଲ ବ୍ଲକ ଶିକ୍ଷା ଅଧିକାରୀ ଚୂଡ଼ାମଣୀ ବାରିକ ବିଦ୍ୟାଳୟ ପରିଦର୍ଶନ କରି ପ୍ରଧାନ ଶିକ୍ଷକଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀଙ୍କ ଏକ ବୈଠକ କରି କିପରି ଶୃଙ୍ଖଳିତ ଭାବରେ ଉତ୍ସବ ପାଳନ ହୋଇପାରିବ ଆଲୋଚନା କରିଛନ୍ତି । ଏହି ପ୍ରସ୍ତୁତି ବୈଠକରେ ଅନ୍ୟ ଅଧିକାରୀମାନଙ୍କ ସହ ଅଭିଭାବକମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.