om academy

ବରଗଡରେ ସୁନ୍ଦରଗଡ ମହୋତ୍ସବର ପ୍ରସ୍ତୁତି

jsm

ବରଗଡ, (କେପିଏନ୍‌ଏସ୍‌) : ଆଗାମୀ ଜାନୁୟାରୀ ପହିଲାରେ ସୁନ୍ଦରଗଡ ଜିଲ୍ଲାର ପ୍ରତିଷ୍ଠା ଉତ୍ସବ ହେବାକୁ ଯାଉଛି । ତେବେ ସୁନ୍ଦରଗଡ ମହୋତ୍ସବର ଥିମ୍‌ ସଙ୍ଗ ବରଗଡ ଝାଙ୍କର ଷ୍ଟୁଡିଓରେ ରେକର୍ଡିଂ ହେଉଥିବା ଜଣାପଡିଛି । ଆର୍ନ୍ତଜାତୀୟ ସୁପରିଚିତ ସଙ୍ଗୀତ ନିର୍ଦ୍ଦେଶକ ତଥା କବି ଦୁର୍ଗା ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହାର ରେକର୍ଡିଂ ଚାଲିଥିବା ଜଣାପଡିଛି । ସୁନ୍ଦରଗଡ ମହୋତ୍ସବ ପାଇଁ ଚଳଚ୍ଚିତ୍ର ସଙ୍ଗୀତ ନିର୍ଦ୍ଦେଶକ ଦୁର୍ଗା ପଣ୍ଡା ବରଗଡ ଧନୁଯାତ୍ରା କଂସଙ୍କ ସମେତ ଇଣ୍ଡିଏନ ବିଉଟି କାଉନସିଲର ଅଧ୍ୟକ୍ଷା ମିନତୀ ସାହୁ, କବି ବୃନ୍ଦାବନ ସାହୁ ପ୍ରମୁଖଙ୍କୁ ନିମନ୍ତ୍ରଣ କରିଥିବା ଜଣାପଡିଛି ।

Leave A Reply

Your email address will not be published.