- ବଲାଙ୍ଗିର ଜିଲ୍ଲାରୁ ଜିଲ୍ଲା ପେନାଲ ସଦସ୍ୟା ଜ୍ୟୋସ୍ନା ମିଶ୍ରଙ୍କ ପ୍ରତିନିଧିତ୍ୱ
ବଲାଙ୍ଗିର, (କେପିଏନ୍ଏସ୍) : ସର୍ବ ଭାରତରେ ପ୍ରଥମ କରି ଓଡିଶା ରାଜ୍ୟ ତଥା ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଆଗ୍ରହ କ୍ରମେ ରାଜ୍ୟ ଖାଉଟି ବିବାଦ ସମାଧାନ ଆୟୋଗର ତିନିଦିନିଆ ପ୍ରଶିକ୍ଷଣ ଶିବିର ଭୁବନେଶ୍ୱରର ଇମେଜ ରାଜ୍ୟ ଭବନଠାରେ ଆୟୋଜନ କରାଯାଇଥିଲା ଯେଉଁଠି ଓଡିଶାର ତିରିଶ ଗୋଟି ଜିଲ୍ଲା ମଧ୍ୟରୁ ବଲାଙ୍ଗିର ଜିଲ୍ଲାର ଶ୍ରୀମତୀ ଜ୍ୟୋସ୍ନା ମିଶ୍ର, ଖାଉଟି ବିବାଦ ସମାଧାନ ଆୟୋଗର ଜିଲ୍ଲା ପେନାଲ ସଭ୍ୟା ଭାବେ ପ୍ରତିନିଧିତ୍ୱ କରି ଏ ଜିଲ୍ଲାର ଉପଭୋକ୍ତାମାନଙ୍କ ସର୍ବନିମ୍ନ ଅଭିଯୋଗ ଓ ଶୁଣାଣି ଉପରେ ଗୁରତ୍ୱ ଦେବା ସଙ୍ଗେ ସଙ୍ଗେ ଜିଲ୍ଲାରେ ଖାଉଟିମାନଙ୍କ ନ୍ୟାର୍ଯ୍ୟ ଅଧିକାର, ତାଙ୍କ ପାଇଁ ଉଚିତ ନ୍ୟାୟ ପାଇଁ ବିଭିନ୍ନ ବର୍ଗର ଖାଉଟିମାନଙ୍କ ଭିତରେ ଖାଉଟି ଅନ୍ୟାୟ ବିରୋଧରେ ସ୍ୱର ଉଠାଇବା ଏବଂ ସଚେତନତା ବଢାଇବା ପାଇଁ ଭିଭିନ୍ନ ସମୟରେ ଅନ୍ରୁନ କାର୍ଯ୍ୟକ୍ରମ ହାତକୁ ନେବାକୁ ରାଜ୍ୟ ଫୋରମରେ ଅନୁରୋଧ ଜଣାଇଥିଲେ । ସେହିପରି ବଲାଙ୍ଗିର ଜିଲ୍ଲା ଭଳି ଅନେକ ଜିଲ୍ଲାରେ ଗରିବ ଖାଉଟିମାନେ ତାଙ୍କର ବିଭିନ୍ନ ସମସ୍ୟାକୁ କୌଣସି ଏଭଳି ଆୟୋଗରେ ଉପସ୍ଥାପିତ କରିପାରୁ ନାହାନ୍ତି ଫଳରେ ସେମାନେ ବିଭିନ୍ନ ସମୟରେ ଅସାଧୁ ବ୍ୟାପାରୀ ମାନଙ୍କ ଠକାମୀର ଶିକାର ହେଉଛନ୍ତି ତେଣୁ ଏମାନଙ୍କ ନ୍ୟାୟିକ ବିଚାରର ଆବଶ୍ୟକତା ଉପରେ, ଅନ୍ୟ ଖାଉଟି ବିବାଦ ସଭ୍ୟ, ଆଇନଜ୍ଞ୍ୟ ରବୀନ୍ଦ୍ର ତ୍ରୀପାଠି ଉପସ୍ଥାପିତ କରିଥିଲେ । ଉପରୋକ୍ତ ରାଜ୍ୟ ଉପଭୋକ୍ତା ସମସ୍ୟା ସମାଧାନ ଆୟୋଗକୁ ଓଡିଶା ରାଜ୍ୟର ଯୋଗାଣ ବିଭାଗ ରାଷ୍ଟ୍ରମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରଶିକ୍ଷଣକୁ ଉଦ୍ଘାଟନ କରିଥିବା ବେଳେ ଓଡିଶା ରାଜ୍ୟ ଖାଉଟି ବିବାଦ ସମାଧାନ ଆୟୋଗର ସଭାପତି ଡି. ପି ଚୌଧୁରୀ ପ୍ରଶିକ୍ଷଣର ପରିଚାଳନା କରିଥିଲେ ଓ ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜ୍ୟୋତି କୁମାର ଲାକ୍ରା (ଆଇଏଏସ୍) ସମ୍ପାଦକ ଖାଦ୍ୟ ଯୋଗାଣ ଓ ଉପଭୋକ୍ତା ମଙ୍ଗଳ ବିଭାଗ ଉପସଭାପତି (ଏସ୍ଆଇସିଏ), ପ୍ରଫେସର ବିଜନ କୁମାର ମିଶ୍ର, ଉପଭୋକ୍ତା ଉପଦେଷ୍ଟା (ଖାଦ୍ୟ ଯୋଗାଣ ଉପଭୋକ୍ତା ମଙ୍ଗଳ ବିଭାଗ) ଭିର ବିକ୍ରମ ଯାଦବ (ଆଇଏଏସ୍) (ମୁଖ୍ୟ ସମ୍ପାଦକ ଖାଦ୍ୟ ଯୋଗାଣ ଓ ଖାଉଟି ମଙ୍ଗଳ ବିଭାଗ, ସଭାପତି (ଏସ୍ଆଇସିଏ) ରାଜ୍ୟ ସରକାର), ମାନନୀୟ ନ୍ୟାୟଧିଶ ଡ଼. ଡି. ପି ଚୌଧୁରୀ ସଭାପତି (ରାଜ୍ୟ ସଭାପତି, ରାଜ୍ୟ ଉପଭୋକ୍ତା ସମାଧାନ ଆୟୋଗ, କଟକ) ଯୋଗଦାନ କରି ସର୍ବ ତିନିଦିନର ତାଲିମ କାର୍ଯ୍ୟକ୍ରମରେ ଜିଲ୍ଲା ମାନଙ୍କରେ ନୂଆ ଭାବେ ନିୟୋଜିତ ହୋଇଥିବା ସଭ୍ୟ, ସଭ୍ୟା, ସଭାପତିମାନଙ୍କ ସୁ- ପରିଚାଳନା, ଖାଉଟିମାନଙ୍କ ପାଇଁ ଉପଯୁକ୍ତ ନ୍ୟାୟିକ ବ୍ୟବସ୍ଥା ଉପରେ ସବିଶେଷ ଧାରଣା ଦେଇଥିଲେ । ପରିଶେଷରେ ଚିତ୍ତ ରଞ୍ଜନ ପ୍ରଧାନ (ଯୁଗ୍ମ ସମ୍ପାଦକ ଖାଦ୍ୟ ଓ ଯୋଗାଣ ବିଭାଗ ରାଜ୍ୟ (ଏସ୍ଆଇସିଏ) ସଭିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।