ଏଆଇଟିୟୁସିର ଶ୍ରମିକ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏଆଇଟିୟୁସି ବଲାଙ୍ଗିର ଜିଲ୍ଲା କମିଟି ଏବଂ ଦୂତିକୃଷ୍ଣ ପଣ୍ଡା ସ୍ମାରକୀ ଓ ଦାତବ୍ୟ ଟ୍ରଷ୍ଟ ପକ୍ଷରୁ ପଶ୍ଚିମ ଓଡିଶାର ଏଆଇଟିୟୁସି ସହ ଅନନୁବଦ୍ଧିତ ବିଭିନ୍ନ କ୍ଷେତ୍ରର ଆଗୁଆ ଶ୍ରମିକସାଥୀମାନଙ୍କର ଆଜିଠାରୁ ତିନି ଦିନିଆ ପ୍ରଶିକ୍ଷଣ ଶିବିର ଆଜି ଉଦ୍‌ଯାପିତ ହୋଇଯାଇଛି । ପ୍ରଶିକ୍ଷଣ ଶିବିରରେ ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ଜେନା ତିନି ଦିନିଆ ଶ୍ରମିକ ପ୍ରଶିକ୍ଷଣ ଶିବିରରେ ଦେଶର ସାମ୍ପ୍ରତିକ ରାଜନୈତିକ, ଅର୍ଥନୈତିକ ପରିସ୍ଥିତି ଓ ଶ୍ରମିକ ଶ୍ରେଣୀର କର୍ତ୍ତବ୍ୟ, ଟ୍ରେଡ ୟୁନିୟନ ନୀତି, ତତ୍ତ୍ୱନିୟମ ସଂଗଠନର ଆବଶ୍ୟକତା, ଭାରତ ତଥା ଓଡିଶାର ଶ୍ରମିକ ଆନ୍ଦୋଳନ ଓ ଏଆଇଟିୟୁସି ସାଂପ୍ରଦାୟିକତାବାଦର ବିପଦ ଓ ଶ୍ରମିକ ଆନ୍ଦୋଳନ ଉପରେ ଏହାର ପ୍ରଭାବ, ମନରେଗା କାର୍ଯ୍ୟକାରିତା ଅସଂଗଠିତ ଶ୍ରମିକ ଆଇନ ଓ ଅଧିକାର ଓ ସଂଗଠନର ଆବଶ୍ୟକତା କେନ୍ଦ୍ର ସରକାର ଚାରି ଶ୍ରମ ସଂହିତା ଓ ଶ୍ରମିକ ଶ୍ରେଣୀ ଉପରେ ଏହାର କୁପ୍ରଭାବ ଏବଂ ସଂଗଠନର ପ୍ରସାର ଓ ଐକ୍ୟବଦ୍ଧ ଶ୍ରମିକ ଆନ୍ଦୋଳନର ଆବଶ୍ୟକତା ସଂପର୍କରେ ବିଦ୍ୟାସାଗର ଗିରି, ଅଶୋକ ଦାସ, କିଶୋର ଜେନା, ଜୟନ୍ତ ଦାସ, ବିଜୟ ଜେନା ଶିକ୍ଷାଦାନ ସହ ଆଲୋଚନା କରିଥିଲେ । ଏହି ଶିକ୍ଷା ଶିବିରରେ ଦକ୍ଷିଣ ପଶ୍ଚିମ ଓଡିଶାର ଏଆଇଟିୟୁସିର ରାଜ୍ୟ ପରିଷଦ ସଭ୍ୟ ଓ ଏହି ସବୁ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରାୟ ଆଗୁଆ ସାଥୀମାନେ ଅଂଶ ଗ୍ରହଣ କରିଥିଲେ । ଏଆଇଟିୟୁସି ବଲାଙ୍ଗିର ଜିଲ୍ଲା ସଭାପତି ବିଭୁଦତ୍ତ ମିଶ୍ର ଲାଲ ପତାକାକୁ ଅବତରଣ କରିଥିଲେ । ଜିଲ୍ଲା ସିପିଆଇ ସଂପାଦକ ପ୍ରେମ ବାଗ ଉପସ୍ଥିତ ଥିଲେ । ମନୋଜ ଗୌଡ, ତିର୍ଥ ପ୍ରଧାନ, ଜଗବନ୍ଧୁ ବେହେରା, ପ୍ରବୀର କମ୍ପ, ସାଏବୁ ନନ୍ଦ ପ୍ରମୁଖ ପ୍ରଶିକ୍ଷଣ ଶିବିରକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.