ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ କାର୍ଯ୍ୟାଳୟ ପ୍ରମୁଖ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଆନୁକୂଲ୍ୟରେ ଛତ୍ରପୁର ଓ ଖଲ୍ଲିକୋଟ ସଙ୍କୁଳସ୍ତରୀୟ କାର୍ଯ୍ୟାଳୟ ପ୍ରମୁଖ(କ୍ଲର୍କ) ମାନଙ୍କ ପ୍ରଶିକ୍ଷଣ ଶିବିର ୧୯/୦୯/୨୧ ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇ ଗତକାଲି ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି । ଉକ୍ତ ପ୍ରଶିକ୍ଷଣରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ସଭାପତି ଉପେନ୍ଦ୍ର ମହାନ୍ତି ଓ ସଂପାଦକ ପଦ୍ମ ଚରଣ ସାହୁ ଉପସ୍ଥିତ ଥିଲେ । ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ର ନାଥ ଦାଶ ଅତିଥି ପରିଚୟ ସହିତ ସ୍ବାଗତ ଭାଷଣ ଦେଇଥିଲେ । ଦକ୍ଷିଣ ପୂର୍ବ ସଂଭାଗ ସଂଯୋଜକ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ଓ କାର୍ଯ୍ୟାଳୟ ପ୍ରମୁଖ ସଂଗ୍ରାମ କେଶରୀ ମହାନ୍ତି ଉପସ୍ଥିତ ରହି ପ୍ରଶିକ୍ଷଣ ଦେଇଥିଲେ । ପ୍ରଶିକ୍ଷଣରେ ଖଲ୍ଲିକୋଟ ଓ ଛତ୍ରପୁର ସଂକୁଳରୁ ପ୍ରାୟ ୨୦ଜଣ କାର୍ଯ୍ୟାଳୟ ପ୍ରମୁଖ ଯୋଗ ଦେଇଥିଲେ । ପରିଚାଳନା କମିଟିର ସମସ୍ତ ସଦସ୍ୟ ଓ ଅନ୍ୟ ଗୁରୁମା ଗୁରୁଜୀ ସହଯୋଗ କରିଥିଲେ ।

Leave A Reply

Your email address will not be published.