ପ୍ରଶିକ୍ଷଣ ଓ ଜ୍ଞାନ ସଂସ୍କାରରେ ଯୋଗ ଦେଲେ ବ୍ଲକ କଳା ସଂସ୍କୃତି ସଂଘ ଉପସଭାପତି ଲଲିତ ଜଗତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ କଳା ସଂସ୍କୃତି ସଂଘ ଉପସଭାପତି ତଥା କଳାକାର ମହାସଂଘ ସାଧାରଣ ସମ୍ପାଦକ ଲଲିତ ଜଗତ ଭୁବନେଶ୍ୱର ଭଞ୍ଜ କଳା ମଣ୍ଡପଠାରେ ଓଡିଶା ସରକାର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ଆୟୋଜିତ ହୋଇଥିବା ବ୍ଲକ କଳା ସଂସ୍କୃତି ସଂଘ, ଜିଲ୍ଲା କଳା ସଂସ୍କୃତି ସଂଘ, ରାଜ୍ୟ କଳା ସଂସ୍କୃତି ସଂଘ ଉପସଭାପତି ଓ ଜିଲ୍ଲା ସଂସ୍କୃତି ଅଧିକାରୀମାନଙ୍କ ନିମନ୍ତେ ଦୁଇ ଦିନିଆ ପ୍ରଶିକ୍ଷଣ ଓ ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ରଞ୍ଜନ କୁମାର ଦାସ, ମଧୁସୂଦନ ପାଢୀ, ଯୁଗ୍ମ ସଚିବ ସୁବୋଧ ଆଚାର୍ଯ୍ୟ, ରାଜ୍ୟ କଳା ସଂସ୍କୃତି ସଂଘର ଉପସଭାପତି ଅବନୀ ମିଶ୍ର ଉପସ୍ଥିତ ଥିଲେ । କଳା ଓ କଳାକାର କେମିତି ବଞ୍ଚିବ, ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା, ମୁଖ୍ୟମନ୍ତ୍ରୀ ଲୋକ କଳା ଟ୍ରଫି, ସିଟିଏମ୍‌ଏସ୍‌ ମାଧ୍ୟମରେ କେମିତି ସାଂସ୍କୃତିକ ଅନୁଷ୍ଠାନ ଗୁଡିକ ପଞ୍ଜିକରଣ କରି ପାରିବେ ଏ ସବୁ ବିଷୟରେ ପ୍ରଶିକ୍ଷଣ ଓ ଜ୍ଞାନ ସଂସ୍କାର ଦିଆ ଯାଇଥିଲା ।

Leave A Reply

Your email address will not be published.

error: Content is protected !!