ସୁବର୍ଣ୍ଣପୁର, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପଞ୍ଚ ଦିବସୀୟ ନିଷ୍ଠା ଅନ୍ତର୍ନିବେଶୀ ଶିକ୍ଷା ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି । ଗୋଷ୍ଠୀ ସମ୍ବଳ ଶିକ୍ଷକ ମନୋଜ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ତାଲିମ କାର୍ଯ୍ୟକ୍ରମକୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଶ୍ୱ ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ । ରାମପୁର ସିଆର୍ସିସି ପ୍ରଦୀପ୍ତକିଶୋର ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ବେଳେ ଗଜବନ୍ଧ ସିଆର୍ସିସି ନରେନ୍ଦ୍ର କୁମାର ପୁରୋହିତ ସଭା ପରିଚାଳନା କରିଥିଲେ । ଏହି ଅବସରରେ ଅନ୍ତର୍ନିବେଶୀ ଶିକ୍ଷା ସଂଯୋଜକ ଲୋଚନ ସାହୁ ଓ ପ୍ରକୃତିମିତ୍ର ପୁରସ୍କାରପ୍ରାପ୍ତ କାଇସକନ୍ଦା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଚୁମକି ବିଶିଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ରାମପୁର, ଅନ୍ଧାରିବାଞ୍ଜି, ଗଜବନ୍ଧ, ବାଙ୍କୀପାଲି ଓ ମାୟାବର୍ହା କ୍ଲଷ୍ଟରର ୫୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ । ଗଧାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଆନନ୍ଦ ପଧାନ, ଚି଼ଙ୍ଗେରକଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଯୋଗାନନ୍ଦ ପଧାନ, ବଡ଼କର୍ଲେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ କୃଷ୍ଣଚନ୍ଦ୍ର ବାରିକ ସାଧନ କର୍ମୀ ଭାବେ ଯୋଗଦେଇ ବିବିଧତାପୂର୍ଣ୍ଣ ଅନ୍ତର୍ନିବେଶୀ ଶ୍ରେଣୀ କକ୍ଷ, ଭିନ୍ନକ୍ଷମ ବିଭାଗୀକରଣ, ସ୍ୱତନ୍ତ୍ର ଆବଶ୍ୟକତା ଥିବା ଶିଶୁ ଏବଂ ଅଧିକ ସହାୟତା ଆବଶ୍ୟକ କରୁଥିବା ଶିଶୁ, ସ୍ୱତନ୍ତ୍ର ଆବଶ୍ୟକତା ଥିବା ବିଦ୍ୟାର୍ଥୀଙ୍କ ନିମନ୍ତେ ଶିକ୍ଷାଗତ ବ୍ୟବସ୍ଥା, ଶିକ୍ଷାର୍ଥୀ ମାନଙ୍କ ଉପରେ ପଡୁଥିବା ବିଭିନ୍ନ ଅକ୍ଷମତା ଜନିତ ଶିକ୍ଷଣ, ପ୍ରଶସ୍ଥ ଆପ୍ର ବ୍ୟବହାର, ପାଠ୍ୟକ୍ରମ ଅନୁକୂଳନ ଓ ରୂପାନ୍ତରଣ, ସାର୍ବଜନୀନ ଶିକ୍ଷଣ ଢାଞ୍ଚା, ଅନ୍ତର୍ନିବେଶୀ ଶିକ୍ଷା ପାଇଁ ଭିନ୍ନଭିନ୍ନ ସୂଚନା, ଅନ୍ତର୍ନିବେଶୀ ଶ୍ରେଣୀ ଗୃହରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ବିଷୟରେ ପ୍ରଶିକ୍ଷଣ ଦେଇଥିଲେ । ଡୁଙ୍ଗୁରିପାଲି ଗୋଷ୍ଠୀ ଶିକ୍ଷାଧିକାରୀ ଗଣେଷ କିଷାନ ତାଲିମ କେନ୍ଦ୍ର ପରିଦର୍ଶନ କରି ସୁଚିନ୍ତିତ ଉପଦେଶ ଦେଇଥିଲେ । ଶେଷରେ ପ୍ରଶିକ୍ଷାର୍ଥୀ ସଂଜୀବ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Next Post