jayashree

ସ୍ୱାସ୍ଥ୍ୟକର ଖାଦ୍ୟ ପାଇଁ ପାଚିକା ଓ ସହାୟିକାଙ୍କୁ ପ୍ରଶିକ୍ଷଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁତଲା ବ୍ଲକ ଅଧିନରେ ନିୟୋଜିତ ଥିବା ପାଚିକା ଓ ସହାୟିକାଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୨୪,୨୬ ଓ ୨୭ତାରିଖ ତିନିଦିନ ଧରି ପ୍ରଶିକ୍ଷଣ ଶିବିର ଗଇଁତଲା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଶିକ୍ଷାଧିକାରୀ ଲୋକନାଥ ସୁନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଶିବିରରେ ପରିଷ୍କାର ପରିଚ୍ଛନ୍ନତା, ପୁଷ୍ଟି ଉଦ୍ୟାନ, ହାତଧୁଆ କୌଶଳ, ମଧ୍ୟାହ୍ନ ଭୋଜନ ରୋଷେଇ ପ୍ରଣାଳୀ, ଖାଦ୍ୟର ପୋଷକ ତତ୍ୱ ବିଷୟରେ ଆଲୋଚନା ମାଧ୍ୟମରେ ତାଲିମ ଦିଆଯାଇଥିଲା । ପ୍ରତ୍ୟେକ ପାଚିକା ଓ ସହାୟିକାମାନଙ୍କୁ ଆପ୍ରନ ଯୋଗାଇ ଦିଆଯାଇଥିଲା । ଏହି ପ୍ରଶିକ୍ଷଣ ଶିବିରରେ ମଧ୍ୟାହ୍ନ ଭୋଜନର ଡାଟା ଏଣ୍ଟ୍ରି ଅପରେଟର ବାଗଦତ୍ତା ମିଶ୍ରଙ୍କ ସମେତ ତାଲିମଦାତା ଭାବେ ରଞ୍ଜିତ ମିଶ୍ର ଓ ପ୍ରମୋଦ ପଟେଲ ଯୋଗ ଦେଇଥିଲେ । ନିରୀକ୍ଷକ ଭାବେ ଲଛମନ ପଧାନ, ନୀଳମଣି ପଣ୍ଡା ଓ ଗୋପାଳ ବୁଡେକ ଯୋଗ ଦେଇଥିଲେ । କ୍ଲଷ୍ଟରର ମୋଟ ୩୦୫ ଜଣ ପାଚିକା ଓ ସହାୟିକା ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ଖାଦ୍ୟକୁ ନେଇ ରନ୍ଧନ ପ୍ରତିଯୋଗିତା କରାଯାଇଥିଲା । ଶେଷରେ ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.