ଡ୍ରେନ ଅଛି, ପକ୍କା ଢାଙ୍କୁଣୀ ଗାଏବ : ପ୍ରଶାସନ କାହା ଚାପରେ ନିରବ

ତୁଷୁରା, (ଅଜିତ କୁମାର ସାହୁ‌) : ବଲାଙ୍ଗିର ଜିଲା ତୁଷୁରା ଏନଏସିର ଦୁଇ ନମ୍ବର ୱାର୍ଡ ବିରମିତ୍ରପୁର ପଡାରେ ନିର୍ମିତ ହୋଇଥିବା ନୂତନ ଡ୍ରେନ ରହିଛି, କିନ୍ତୁ ପକ୍କା ଢାଙ୍କୁଣୀ ଲଗା ନଯାଇ ବିଲ୍‌ କରାଯାଇଥିବା ପଡାବାସୀ ଅଭିଯୋଗ କରନ୍ତି । ଏପରିକି ଉକ୍ତ ଡ୍ରେନ ନିର୍ମାଣ ସମୟରେ ଲାଗିଥିବା ସୂଚନା ଫଳକରୁ ଜଣାପଡୁଛି ଯେ, ଉକ୍ତ ଡ୍ରେନ ଓ ପକ୍କା ଢାଙ୍କୁଣୀ ନିର୍ମାଣ କରିବା ପାଇଁ ଏନଏସି ପ୍ରଶାସନ ପକ୍ଷରୁ ଶରତ ଚନ୍ଦ୍ର ସାହୁଙ୍କୁ କାର୍ୟ୍ୟ ଦିଆଯାଇଛି । ଏହା ସହିତ ଏହି କାର୍ୟ୍ୟ ପାଇଁ ୧ ଲକ୍ଷ ୭୮ ହଜାର ୫୭୨ ଟଙ୍କା ବ୍ୟୟ କରାଯାଇଥିବା ଦର୍ଶା ଯାଇଛି । କିନ୍ତୁ ଠିକାଦାର ଓ  ଏନଏସି ପ୍ରଶାସନର ମଧୁଚନ୍ଦ୍ରିକା ଯୋଗୁଁ ବିନା ଢାଙ୍କୁଣୀରେ ବିଲ୍‌ ହୋଇଯାଇଥିବା ବେଳେ ନିମ୍ନମାନର ସାମଗ୍ରୀ ବ୍ୟବହାର ଯୋଗୁଁ ଡ୍ରେନଟି ଭାଙ୍ଗି ଗଲାଣି । ଏପରିକି ସୂଚନା ଫଳକରେ ନିର୍ମାଣର ତାରିଖ ଦିଆଯାଇ ନଥିବା ବେଳେ ଡ୍ରେନ କୌଣସି କାମରେ ଆସୁ ନଥିବା ପଡାବାସୀ କହନ୍ତି । ଅନ୍ୟପରେ ପଡାକୁ ଆଜି ପ୍ରର୍ୟ୍ୟନ୍ତ ପକ୍କା ରାସ୍ତା ନିର୍ମାଣ ହୋଇ ପରି ନଥିବା ବେଳେ ପଡା ମୁଣ୍ଡରେ ଏହି ଡ୍ରେନ ନିର୍ମାଣ କରାଯାଇଥିବାରୁ ‘ସରକାର କା ମାଲ, ଦରିଆ ମେ ଡାଲ’ ସଦୃଶ୍ୟ ବୋଲି ସାଧାରଣରେ ଚର୍ଚ୍ଚା କେନ୍ଦ୍ର ବିନ୍ଦୁ ପାଳଟିଛି । ଏନେଇ ଏନଏସି କାର୍ୟ୍ୟନିର୍ବାହୀ ଅଧିକାରୀ ଲଷ୍ମଣ ମୁର୍ମୁକୁ ପଚାରିବାରୁ ସେ କହନ୍ତି କଣ ହୋଇଛି ଦେଖି ତାପରେ କିଛି କହି ହେବ । ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେଇ ଏହାର ତଦାରଖ କରାଯିବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.

error: Content is protected !!