ଶୁଣିଲାନି ପ୍ରଶାସନ, ଅଣ୍ଟା ଭିଡ଼ିଲେ ଗ୍ରାମବାସୀ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବୁଡ଼ାଗୁଡ଼ା ପଞ୍ଚାୟତର ଦେଉଳବାଡ଼ି ଗ୍ରାମ ସଂଯୋଗ କରୁଥବା ମାଟି ରାସ୍ତା ଶୋଚନୀୟ ହୋଇପଡ଼ିଥିବାରୁ ପ୍ରଶାସନକୁ ବାରମ୍ବାର ଗୁହାରି କରିଥିଲେ ଗ୍ରାମବାସୀ । ପ୍ରଶାସନ ଗୁହାରି ଶୁଣି ନଥିବା ବେଳେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡିଛି । ପଞ୍ଚାୟତ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିରରେ ଜଣାଇଲା ପରେ ବି ପ୍ରଶାସନ କର୍ଣ୍ଣପାତ କରି ନ ଥିବାରୁ ଶେଷରେ ବାଧ୍ୟ ହୋଇ ଗ୍ରାମର ଯୁବଗୋଷ୍ଠୀ ରାସ୍ତା ସଫା କରିଥିବା ବେଳେ ସରକାର ଏଥି ପ୍ରତି ଦୃଷ୍ଟି ଦେବାକୁ ନିବେଦନ କରିଛନ୍ତି । ଏହି ସମୟରେ ଗ୍ରାମର ଯୁବକ ତ୍ରିନାଥ କନ୍ଧପାଣି, ରାହୁଲ କାଡ୍ରାକା, ଯୋଗେଶ ପ୍ରାସ୍କା, ରାଜେଶ ପ୍ରାସ୍କା, ନାଗେଶ୍ଵର କାଡ୍ରାକା, ଦେବାଶିଷ କନ୍ଧପାଣି, ଉମା କଣ୍ଡାଗରି, ଆନନ୍ଦ ସାରାକା, ଗୌରୀ ପ୍ରାସ୍କା ଏବଂ ଅନେକ ଯୁବକ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.