ବଲାଙ୍ଗିର ପାର୍ବତୀଗିରି ବାଳ ନିକେତନର ପାୟଲଙ୍କୁ ପ୍ରଶଂସା କରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାର ଗର୍ବ ଓ ଗୌରବ ତଥା ପାର୍ବତୀଗିରି ବାଳ ନିକେତନର ଦିବ୍ୟାଙ୍ଗ ଛାତ୍ରୀ ପାୟଲ ନାଗଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିବା ସହ ଶୁଭେଚ୍ଛା ଜଣାଇ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ ଲେଖିଛନ୍ତି ଯେ, ବଲାଙ୍ଗିରର ପାୟଲ ନାଗଙ୍କ ନିଆରା ପ୍ରତିଭା ବିଷୟରେ ଜାଣି ବହୁତ ଖୁସି ହେଲି । ଦୁର୍ଘଟଣାରେ ହାତ ଓ ଗୋଡ଼ ହରାଇ ମଧ୍ୟ ସୁନ୍ଦର ଚିତ୍ର ଆଙ୍କିବାର କୌଶଳ ତାଙ୍କୁ ସ୍ଵତନ୍ତ୍ର କରିଛି । ତାଙ୍କ ଦୃଢ଼ ଇଚ୍ଛା ଶକ୍ତି ବାସ୍ତବିକ ପ୍ରଶଂସନୀୟ । ପାୟଲଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଇବା ସହ ଉଜ୍ଜ୍ଵଳ ଭବିଷ୍ୟତ କାମନା କରୁଛି ।

jittmm
Leave A Reply

Your email address will not be published.