oom

ଲଖନା ଜାମସେଠ ରାସ୍ତା ପ୍ରଶସ୍ତିକରଣ ଦାବୀ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : କୋମନା ବ୍ଲକ ଅନ୍ତର୍ଗତ ଲଖନା ପଞ୍ଚାୟତ ଏକ ଅବହେଳିତ ଅଞ୍ଚଳ କହିଲେ ଅତ୍ୟୁକ୍ତି ହେବନାହିଁ । ଜିଲ୍ଲାର ଶେଷ ସୀମାରେ ଥିବାରୁ ଏଠାରେ ପ୍ରଶାସନର ନିଘା ପଡେ ନାହିଁ । ବହୁଦିନରୁ ଲଖନା ଠାରୁ ବରଗଡ଼ ଜିଲ୍ଲାର ଜାମସେଠ ୧୫ କିଲୋମିଟର ରାସ୍ତାକୁ ପ୍ରଶାସ୍ତିକରଣ କରି ମରାମତି କରାଯାଉ ବୋଲି ଅନେକ ଥର ଦାବୀ କରିଥିଲେ ହେଁ କେହି କର୍ଣ୍ଣପାତ କରୁ ନଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ଅନେକ ଥର ପ୍ରଶାସନକୁ ଲେଖିଥିଲେ ମଧ୍ୟ କେହି ଶୁଣନ୍ତି ନାହିଁ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି । ଏହି ରାସ୍ତା ନିର୍ମାଣ ହେଲେ ଅଞ୍ଚଳର ବହୁମୁଖୀ ବିକାଶ ହେବ ବୋଲି ଆଶା କରାଯାଉଛି । ଲଖନା ଠାରୁ ବାଣ୍ଡକିମହୁଲ ଗ୍ରାମ ପରେ ନୂଆପଡା ଜିଲ୍ଲା ସୀମା ଶେଷ ହେଉଥିବା ବେଳେ ବରଗଡ଼ ଜିଲ୍ଲାର ପାଇକମାଲ ବ୍ଲକରେ ଜାମସେଠ(ଭାୟା- ଛିନ୍ଦେଇକେଲା ଗ୍ରାମ)  ପଡିଥାଏ । ଏହି ରାସ୍ତାରେ ବଡ଼ ବଡ଼ ଭାରି ଯାନବାହନ ଚଳାଚଳ କରି ରାସ୍ତାଟି ଅତ୍ୟନ୍ତ କଦର୍ଯ୍ୟ ହୋଇ ବଡ଼ ବଡ଼ ଖାଲମାନ ହୋଇ ପଡିଥିବା ସୂଚନା ମିଳିଛି । ଦୁଇ ଜିଲ୍ଲାର ଗୃହ ଓ ପୂର୍ତ୍ତବିଭାଗ ଅଧିକାରୀ ସହ ଜନପ୍ରତିନିଧି ଦୃଷ୍ଟି ଦେଲେ ଏ ରାସ୍ତା ନିର୍ମାଣ ସ୍ୱପ୍ନ ସତ ହେବ ବୋଲି ମତ ପ୍ରକାଶ ପାଇଛି । ଏ ରାସ୍ତା ନିର୍ମାଣ ହେଲେ ରାଉରକେଲା ଠାରୁ ଛତିଶଗଡ଼ ଜଗଦଲପୁରକୁ ସଂଯୋଗ କରୁଥିବା ମୁଖ୍ୟମନ୍ତ୍ରୀଙ୍କ ଡ୍ରିମ ପ୍ରୋଜେକ୍ଟ ବିଜୁ ଏକପ୍ରେସ ୱେକୁ ମଧ୍ୟ ଜାମସେଠ ଠାରେ ସଂଯୋଗ ହୁଅନ୍ତା ତା’ସହ ବଡ଼ ମେଡିକାଲ କାର୍ଯ୍ୟରେ ବୁର୍ଲା ଯିବାକୁ ସୁବିଧା ହୁଅନ୍ତା ବୋଲି ଅଞ୍ଚଳବାସୀ କହିଛନ୍ତି । ଏଣୁ ଉଚ୍ଚ କର୍ତୃପକ୍ଷ ତୁରନ୍ତ ଏହାର ସମାଧାନ ଦିଗରେ ପଦକ୍ଷେପ ନେବାକୁ ଦାବୀ ହେଉଛି ।

jittmm
Leave A Reply

Your email address will not be published.