jayashree

ବ୍ରହ୍ମାକୁମାରୀ ସଂସ୍ଥାନ ପକ୍ଷରୁ ରାଷ୍ଟ୍ରୀୟ ପ୍ରଶାସନିକ ଅଭିଯାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଷ୍ଟ୍ରୀୟ ପ୍ରଶାସନିକ ଅଭିଯାନ ଛତ୍ରପୁର ସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ଆନୁକୂଲ୍ୟରେ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଆଇପିଏସ୍‌ ଜଗମୋହନ ମୀନାଙ୍କୁ ଭେଟିଥିଲେ । ଜିଲ୍ଲା ପୋଲିସ ପ୍ରଶାସନରେ ଶାନ୍ତିର ବାତାବରଣ ଓ ଶୃଙ୍ଖଳିତ, ଲୋକମାନଙ୍କ ମଧ୍ୟରେ ପ୍ରଶାସନରେ ନ୍ୟାୟିକ ନୀତି ପ୍ରଚଳନ କରାଯିବା ଉଦ୍ଦେଶ୍ୟରେ ଛତ୍ରପୁରର ମୁଖ୍ୟ ସଞ୍ଚାଳିକା ବ୍ରହ୍ମାକୁମାରୀ ବିଜୟ ଲକ୍ଷ୍ମୀ ସୂଚାଇଥିଲେ । ସେହିପରି ଛତ୍ରପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ, ଗଞ୍ଜାମ ଜିଲ୍ଲା ମଙ୍ଗଳ ଅଧିକାରୀ କାର୍ଯ୍ୟାଳୟର ପ୍ରଶାସକମାନଙ୍କ ଦ୍ୱାରା ଶୁଭାରମ୍ଭ ଦିବସରେ ପ୍ରମୁଖ କାର୍ଯ୍ୟାଳୟମାନଙ୍କରେ ସଚେତନତା କରାଯାଇଥିଲା ।

Leave A Reply

Your email address will not be published.