oom

ମଦନପୁର ପ୍ରାଥମିକ ଚିକିତ୍ସାଳୟରେ କାୟକଳ୍ପ ଦଳ : ପ୍ରଶଂସା କଲେ କର୍ମଚାରୀଙ୍କ ଉଦ୍ୟମ ଓ ସ୍ୱଚ୍ଛତାକୁ

jsmm

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମଦନପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ କାୟକଳ୍ପ ଦଳ ପରିଦର୍ଶନରେ ଆସି ସ୍ଵଚ୍ଛତା, ପରିବେଶ, ଉପକରଣ ଓ ବିଭିନ୍ନ ଦିଗ ତଥା କର୍ମଚାରୀ ଓ ଉନ୍ନତିକରଣ ନେଇ ପ୍ରଶଂସା କରିଛନ୍ତି । ଏଥିରେ ଜିଲ୍ଲା ମୁଖ୍ୟାଳୟରୁ ଡି.ଡି.ଏମ୍‌. ତୃପ୍ତି ଲକ୍ଷ୍ମୀ ମିଶ୍ର, ପିଓ ଜ୍ୟୋତି ସନ୍ଦିଲ୍ୟା, ମ.ରାମପୁର ଏମ.ଓ.ଆଇ.ସି ଅମିତ ପଧାନ, ବିପିଏମ୍‌ ସନ୍ଦୀପ ସିଂ, ଫକୀର ମୋହନ ପାଢ଼ୀ ପରିଦର୍ଶନରେ ଆସିଥିବା ବେଳେ ମଦନପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଚନ୍ଦ୍ରଧ୍ଵଜ ଭୋଇ, ଆୟୁଷ ଡାକ୍ତର ଇତିଶ୍ରୀ ଦାଶ, ଫର୍ମାସିଷ୍ଟ ସନ୍ତୋଷ ମିଶ୍ର, ରଂଯୁକ୍ତା ମିଶ୍ର, ଜୋସ୍ନାମୟୀ ମହାନନ୍ଦ, ଅମୀର ନାଗ, ଚନ୍ଦ୍ରକାନ୍ତ ମିଶ୍ର, ଲୁକେଶ ସାହୁ, ମିଲୁ ସୁନା ଓ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଏହି ଚିକିତ୍ସାଳୟର ବିକାଶ କ୍ଷେତ୍ରରେ ଫର୍ମାସିଷ୍ଟ ଶ୍ରୀ ମିଶ୍ର ଓ କର୍ମଚାରୀମାନଙ୍କ ଉଦ୍ୟମ ଓ ଆଗରୁ ଦୁଇଥର କାୟକଳ୍ପ ପୁରସ୍କାର ପାଇ ଥିବାରୁ ପ୍ରଶଂସା କରିଥିବା ସହିତ ନିୟମିତ ଏଭଳି ସ୍ୱଚ୍ଛତା ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ ।

jittmm
Leave A Reply

Your email address will not be published.