jayashree

ନକଲି ଆଦିବାସୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟସଭାରେ ପ୍ରସଙ୍ଗ ଉପସ୍ଥାପନ କଲେ ସାଂସଦ ନିରଞ୍ଜନ ବିଶି

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟସଭାରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ଦ୍ୱାରା ଆଗତ “ସମ୍ବିଧାନ ଅନୁସୂଚିତ ଜନଜାତି ଆଦେଶ ସଂଶୋଧନ ବିଲ ୨୦୨୨” ପ୍ରସଙ୍ଗରେ ବିଲ ସପକ୍ଷରେ ମତାମତ ପ୍ରଦାନ ପୂର୍ବକ ସାଂସଦ ନିରଞ୍ଜନ ବିଶି କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରି କହିଥିଲେ ଯେ, ସାମ୍ବିଧାନିକ ବିଧିବ୍ୟବସ୍ଥା ଅନୁସାରେ ଆଦିବାସୀ ସମ୍ପ୍ରଦାୟ, ଆଦିବାସୀ ଅଂଶ ବଂଶ, ଗୋଷ୍ଠୀ ସମୂହକୁ ରାଜ୍ୟ ଆଦିବାସୀ ତାଲିକାରେ ସାମିଲ କରିବା କାର୍ଯ୍ୟ ବହୁତ ସ୍ୱାଗତ ଯୋଗ୍ୟ ପଦକ୍ଷେପ, କିନ୍ତୁ ଅଣଆଦିବାସୀ ଲୋକ ଜାଲ ଜାତି ପ୍ରମାଣ ପତ୍ର ମାଧ୍ୟମରେ, ସମ୍ବିଧାନ ପ୍ରଦତ୍ତ ଅଧିକାର, ସଂରକ୍ଷଣ ସୁବିଧା ଛଡାଇ ନେବା ଅସମ୍ବିଧାନିକ କାର୍ଯ୍ୟ । ତେଣୁ ନକଲି ଆଦିବାସୀମାନଙ୍କୁ ଜାଲ ଜାତି ପ୍ରମାଣ ପତ୍ର ରବ୍ଦ କରି, ଚାକିରିରୁ ବହିଷ୍କାର କରିବା ସହିତ ଗିରଫ କରାଯାଉ, ନକଲି ଆଦିବାସୀ କର୍ମଚାରୀ ହଡପ କରିଥିବା ଦରମା ଭତ୍ତା ବ୍ୟାଯାପ୍ତ କରିବା ପାଇଁ ସାଂସଦ ଶ୍ରୀ ବିଶି ଦାବୀ କରିଥିଲେ । ଏହା ସହିତ କର୍ଣ୍ଣାଟକ ରାଜ୍ୟରେ ଥିବା ବେଟା କୁରୁବା କାଡୁ କୁରୁବା ଆଦିବାସୀ ସମ୍ପ୍ରଦାୟକୁ କର୍ଣ୍ଣାଟକ ଆଦିବାସୀ ତାଲିକାରେ ସାମିଲ କରିବା ପାଇଁ ବିଜେଡି ଦଳ ତରଫରୁ ସାଂସଦ ଶ୍ରୀ ବିଶି ସମର୍ଥନ କରିଥିଲେ । କର୍ଣ୍ଣାଟକ ଭଳିଆ ସମ୍ବିଧାନ ଅନୁସୂଚିତ ଜନଜାତି ଆଦେଶ ସଂଶୋଧନ ବିଲ ଆଣି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ସୁପାରିଶ କରାଯାଇଥିବା ସଅର, ପୋର୍ଜା, ପହରିଆ, ଦୁରୁଆ, ଧୂରୁଆ, ଧୂରୁୱା, ବଣ୍ଡା ପରଜା, ବୋଣ୍ଡା ପରଜା, ମାଙ୍କିଡିଆ, ଯୋଡ଼ିଆ, ଝୋଡ଼ିଆ, ଜାଡ଼ିଆ, ଝାଡ଼ିଆ, ଚୁକ ଟିଆ ଭୁଞ୍ଜିଆ, ପାଉଡି ଭୂୟାଁ ଆଦିବାସୀ ସମ୍ପ୍ରଦାୟ ଗୁଡିକୁ ଓଡିଶା ଆଦିବାସୀ ତାଲିକାରେ ସାମିଲ କରିବା ପାଇଁ ପଦକ୍ଷେପ ନେବାକୁ କେନ୍ଦ୍ର ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟକୁ ଅନୁରୋଧ କରିଥିଲେ ।

Leave A Reply

Your email address will not be published.