ହନୁମାନ ମନ୍ଦିରରେ ପ୍ରସାଦ ବଣ୍ଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ କୋଏଲନଗର ସ୍ଥିତ ଶ୍ରୀ ଶ୍ରୀ ହନୁମାନ ମନ୍ଦିରଠାରେ ପ୍ରସାଦ ବିତରଣ କରାଯାଇଥିଲା । ବହୁ ସଂଖ୍ୟାରେ ମହିଳା ଶ୍ରଦ୍ଧାଳୁ ମନ୍ଦିର ପରିସରରେ ମୁରୁଜ ପକାଇବା ସହ ଉଭୟ ପୁରୁଷ ଓ ମହିଳା ଭକ୍ତମାନେ ଭଜନ କୀର୍ତ୍ତନରେ ସାମିଲ ହୋଇଥିଲେ । ପରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରସାଦ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମନ୍ଦିର ପରିଚାଳନା କମିଟିର ସଭାପତି ପ୍ରଶାନ୍ତ ସେନାପତି, ସଂପାଦକ ବିଜୟ କୁମାର ଦାସ, କୋଷାଧ୍ୟକ୍ଷ ଗୌରୀଶଙ୍କର ମିଶ୍ର, ଦିଲ୍ଲୀପ ମହାନ୍ତି, ଏମ୍.ବି.ପଣ୍ଡା, ଆର.କେ.ମହାପାତ୍ର, ସ୍ୱର୍ଣ୍ଣପ୍ରଭା ସାମଲ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.