ଧାମନଗର : ମତ ସାବ୍ୟସ୍ତ କଲେ ପ୍ରାର୍ଥୀ

ଧାମନଗର : ଧାମନଗରରେ ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । ଧାମନଗର ନିର୍ବାଚନମଣ୍ଡଳୀର କାପଡାର ୭୮ ନମ୍ବର ବୁଥରେ ବିଜେଡି ପ୍ରାର୍ଥିନୀ ଅବନ୍ତି ଦାସ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ସେହିପରି ତିହିଡି କାପଡାର ୭୫ ନମ୍ବର ବୁଥରେ ସ୍ଵାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ଭୋଟରଙ୍କ ସହିତ ଲମ୍ବା ଲାଇନରେ ଆସି ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ଦିନ ୧୦ଟା ସୁଦ୍ଧା କୌଣସି ସ୍ଥାନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନଥିବା ସୂଚନା ମିଳିଛି ।

Leave A Reply

Your email address will not be published.