ମେଧାବୃତ୍ତି ପାଇଲେ କୃତି ଛାତ୍ରୀ

ବରଗଡ, ( ନିରୋଜ କୁମାର ପାଣୀ) : ବରଗଡ଼ ବ୍ଲକ ଶିକ୍ଷା ଅଧିକାରୀଙ୍କ ପତ୍ର ସଂଖ୍ୟା ୩୦୨/୨୧ ଅନୁସାରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ( ଓଡ଼ିଆ ବିଭାଗ ) ବରଗଡ଼ର ତୃତୀୟ ଶ୍ରେଣୀ ଛାତ୍ରୀ ପ୍ରଜ୍ଞାପରମିତା ପାଣିଗ୍ରାହୀ ଶିକ୍ଷା ବର୍ଷ ୨୦୨୦-୨୧ରେ ମେଧାବୃତ୍ତିରେ ଉତ୍ତୀର୍ଣ ହୋଇଛନ୍ତି । ତାଙ୍କ ବାପା ପ୍ରହଲ୍ଲାଦ ପାଣିଗ୍ରାହୀ ଯିଏକି ଜଣେ ଏଲ.ଆଇ.ସି ଏଜେଣ୍ଟ ଏବଂ ମା ବବିତା ନାଏକ ପାଣିଗ୍ରାହୀ ସହେଲା ବାଳକ ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷୟତ୍ରୀ ଭାବରେ କାର୍ୟ୍ୟରତଅଛନ୍ତି । ଏ ଖବର ପାଇ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ୟ୍ୟଙ୍କ ସମେତ ମାତା ପିତା ତଥା ବିଭିନ୍ନ ମହଲରେ ସେ ପ୍ରସଂଶା ପାଇଛନ୍ତି ।

Leave A Reply

Your email address will not be published.