ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ମିଳିଲା ଅନ୍ତର୍ଜାତୀୟ ପରିଚାଳନା ପ୍ରମାଣପତ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ‌ସ୍ଥାନୀୟ ଶାସ୍ତ୍ରୀ ନଗର ଯାହା ସ୍ଥାନୀୟ ନେସନାଲ ପିସ୍‌ ୟୁନିସନ (ଭାରତ) ଦ୍ୱାରା ପରିଚାଳିତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (UPHC) ସ୍ୱାସ୍ଥ୍ୟ କ୍ଷେତ୍ରରେ ଉତ୍ତମ ପରିଚାଳନା ପ୍ରକ୍ରିୟା ପାଇଁ ଅନ୍ତର୍ଜାତୀୟ ପରିଚାଳନା ପ୍ରମାଣପତ୍ର ହାସଲ କରିଛି । ଉପରୋକ୍ତ ପ୍ରମାଣପତ୍ର ସାଧାରଣ ସ୍ୱାସ୍ଥ୍ୟ ସେବା, ସ୍ୱାସ୍ଥ୍ୟ ବିଶେଷଜ୍ଞ ସେବା, ଆମ କ୍ଲିନିକ ସେବା, ବିଭିନ୍ନ ସ୍ୱାସ୍ଥ୍ୟ ଯାଞ୍ଚ ପରୀକ୍ଷା ସେବା (ନିଦାନ ମାଧ୍ୟମରେ), ନିଃଶୁଳ୍କ ଔଷଧ ବିତରଣ (ନିରାମୟ ମାଧମରେ), ପରିବାର କଲ୍ୟାଣ ଯୋଜନା, ମା’ ଓ ଶିଶୁ ବିକାଶ ଯୋଜନା ତଥା ସେବା, ଏନ୍‌ସିଡ଼ି ଯୋଜନା ଓ ସେବା ଆଦି ଉତ୍କୃଷ୍ଟ ସେବା ମାନଙ୍କ ପାଇଁ ଏହା ଉଦ୍ଦିଷ୍ଟ । ଏହି ପ୍ରମାଣ ପତ୍ର ହାସଲ ପାଇଁ ନାସନାଲ ପିସ୍‌ ଊନିସନ୍‌ର ଚେୟାରମେନ ଓ ନିର୍ଦେଶକ ରବି ରଞ୍ଜନ ଓ ସତ୍ୟ ରଞ୍ଜନ ସମସ୍ତ ଆନୁଷ୍ଠାନିକ ସଭ୍ୟସଭ୍ୟା ମାନଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

Leave A Reply

Your email address will not be published.