ଜଗନ୍ନାଥ ଯୁବ ପରିଷଦକୁ ପ୍ରକୃତି ମିତ୍ର ପୁରସ୍କାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ଓଡ଼ିଶା ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ସରଗାଡର ଜଗନ୍ନାଥ ଯୁବ ପରିଷଦକୁ ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ କରାଯାଇଛି । ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ପରିବେଶ, ସ୍ୱଚ୍ଛତା, ସୁରକ୍ଷା ଏବଂ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜଗନ୍ନାଥ ଯୁବ ପରିଷଦକୁ ପୁରସ୍କୃତ କରାଯାଇଛି । ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା ଅତିଥି ଭାବରେ ଯୋଗଦେଇ ପ୍ରକୃତି ମିତ୍ର ପୁରସ୍କାର ସହ ୨୦ ହଜାର ଟଙ୍କା ଅର୍ଥରାଶି ପ୍ରଦାନ କରିଥିଲେ । ଯୁବ ପରିଷଦର ସମ୍ପାଦକ ନାରାୟଣ ବାରିକ ଅତିଥିଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ ।

Leave A Reply

Your email address will not be published.