ପ୍ରକୃତି ମିତ୍ର ପ୍ରାପ୍ତ ଅନୁଷ୍ଠାନକୁ ସମ୍ବର୍ଦ୍ଧନା
କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲାର ତୁରେକେଲା ବ୍ଲକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତର ଜବାହାରଲାଲ ନେହେରୁ ଆଦିବାସୀ କ୍ଲବକୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡ଼ିଶା ସରକାରଙ୍କ ତରଫରୁ ଭୁବନେଶ୍ୱରର ରବୀନ୍ଦ୍ର ମଣ୍ଡପ ଠାରେ ପ୍ରକୃତି ମିତ୍ର-୨୦୨୨ ସମ୍ମାନରେ ସମ୍ମାନିତ କରାଯାଇଥିଲା । ସେହି ପରିପ୍ରେକ୍ଷୀରେ ମାଝୀପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକୃତି ବନ୍ଧୁ ବିରଞ୍ଚି ନାରାୟଣ ଦାଶଙ୍କ ଆବାହକତ୍ୱରେ ଆଦିବାସୀ କ୍ଳବକୁ ସମ୍ବର୍ଦ୍ଧିତ କରିବାପାଇଁ ଅନୁଷ୍ଠିତ ସଭାରେ ଚଟୁଅନକା ଗ୍ରାମ ପଞ୍ଚାୟତର ସରପଞ୍ଚ ଜ୍ଞାନ ରଞ୍ଜନ ତାଣ୍ଡୀ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବରେ ସହଦେବ ମାଝୀ, ଥମିର ଛତ୍ରିଆ, ସଙ୍ଗୀତ ବଏ ଉପସ୍ଥିତ ଥିଲେ। ସର୍ବ ପ୍ରଥମେ ବିଦ୍ୟାଳୟ ତରଫରୁ ନବନିର୍ବାଚିତ ସରପଞ୍ଚଙ୍କୁ ଉପଢଢୌକନ ଓ ପୁଷ୍ପ ପ୍ରଦାନ କରାଯାଇଥିଲା । ତାପରେ କ୍ଳବର ସଭାପତି ସହଦେଵ ମାଝୀଙ୍କୁ ପ୍ରକୃତିମିତ୍ର ପୁରଷ୍କାର ବାବଦକୁ ପ୍ରମାଣପତ୍ର ଓ କୋଡ଼ିଏ ହଜାର ଟଙ୍କା ମିଳିଥିବାରୁ ଉପଢୌକନ ଓ ପୁଷ୍ପ ପ୍ରଦାନ କରାଯାଇଥିଲା ।ପରିଶେଷରେ ଆଗାମୀ ବନମହୋତ୍ସବରେ ସାରା ପଞ୍ଚାୟତରେ ବୃକ୍ଷ ରୋପଣ କରିବାକୁ ପ୍ରକୃତି ବନ୍ଧୁ ବିରଞ୍ଚି ନାରାୟଣ ଦାଶ ଆହ୍ଵାନ ଦେଇଥିଲେ । ଶିକ୍ଷକ କିଶୋର ବରିହା ଧନ୍ୟବାଦ ଅର୍ପଣ କରିବା ପରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କ୍ଳବର ସଦସ୍ୟ ଡୋଳାମଣି ମାଝୀ, ବିଶିକେଶନ ମାଝୀ, ଦଶରଥ ମାଝୀ, ଜନ ମାଝୀ, କିଶୋର ମାଝୀ, ପୂର୍ଣ୍ଣଚନ୍ଦ୍ର ନିଆଲ ଆଦି ଉପସ୍ଥିତ ଥିଲେ।