ପ୍ରକୃତି କବି ଗଙ୍ଗାଧର ମେହେର ଜୟନ୍ତୀ ଓ ରକ୍ଷାବନ୍ଧନ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ସ୍ୱେଚ୍ଛାସେବୀ ସଂଗଠନ ପୂଜ୍ୟପୂଜା ସେବା ସଂଗଠନ ତରଫରୁ ପ୍ରକୃତି କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଓ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ସଭାପତି କେଶବ ଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ଗଙ୍ଗାଧରଙ୍କ ଫଟୋକୃତି ମାଲ୍ୟାର୍ପଣ ଧୂପ ଓ ଦୀପ ପ୍ରଦାନ କରାଯାଇଥିଲା । ଏହି ପାର୍ବଣରେ ପ୍ରଫେସର ପ୍ରେମଚାନ୍ଦ ମହାନ୍ତି ସମ୍ମାନିତ ବକ୍ତା ଭାବରେ ଯୋଗଦେଇ ଗଙ୍ଗାଧରଙ୍କ ସାହିତ୍ୟ ଅମୃତମୟ ଓ କାଳଜୟୀ ଅଟେ ଏବଂ ମେହେର ସାହିତ୍ୟରେ ପ୍ରକୃତ ବର୍ଣ୍ଣନ ସହିତ ସାମାଜିକ, ସାଂସ୍କୃତିକ ଓ ପୌରାଣିକ କଥାରେ ସମ୍ଭାର ଦେଖିବାକୁ ମିଳେ । ଏହାକୁ ସାହିତ୍ୟ ରସ ପିପାସୁ ଗ୍ରହଣ କରି ପାରିଲେ ଆମର ସାମାଜିକ ଚଳଣି ଓ ସମାଜ ସମୃଦ୍ଧ ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ । ଏହି ସଭାରେ ଡା. ଅଶୋକ କୁମାର ସେଠୀ, କପିଳ ପତି, ହୃଷିକେଶ ପୁରୋହିତ, ଚୁଡେନ୍ଦ୍ର କୁମାର ବେହେରା, ମଧୁ ସାହୁ ଓ ମଦନ ମୋହନ ରଥ ମଧ୍ୟ ମତବ୍ୟକ୍ତ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଅନୁଷ୍ଠାନରେ ସଭ୍ୟା ଭଉଣୀ ମାଳତି ଉଦ୍‌ଗାତା, ନିହାରିକ ମିଶ୍ର ଓ ତପସ୍ୱିନୀ ପସାୟତ ସଭ୍ୟ ଭାଇମାନଙ୍କ ହାତରେ ରାଖି ବାନ୍ଧି ମଙ୍ଗଳ କାମନା କରିଥିଲେ । ଏହି କାର୍ଯ୍ୟମକୁ ରତ୍ନମୟ ତ୍ରିପାଠୀ ପରିଚାଳନା କରିଥିବା ବେଳେ ସଂପାଦକ ସୁନାଧର ବନଛୋର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.