ଆଜିଠୁ ପିଜି ନାମଲେଖା ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟର ବିଭିନ୍ନ ବିଶ୍ୱ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ସ୍ନାତକୋତ୍ତର (ପିଜି) ପାଠ୍ୟକ୍ରମରେ ଶୁକ୍ରବାରଠୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି । ମେଧା ତାଲିକା ପ୍ରକାଶ ପାଇବା ପରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ଶୁକ୍ରବାର ଏବଂ ଶନିବାର ନାମ ଲେଖାଇବେ । ଏହା ପରେ ଆସନ୍ତା ୨୩ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ । ତେବେ ଯେଉଁ ଛାତ୍ରୀଛାତ୍ରଙ୍କ ମେଧା ତାଲିକାରେ ଥିବ ସେମାନେ ଆସନ୍ତା ୨୪ ଏବଂ ୨୫ ତାରିଖରେ ନାମ ଲେଖାଇ ପାରିବେ ।

Leave A Reply

Your email address will not be published.