ତରଭାରେ ତିନି ଟନ୍ କ୍ଷମତା ବିଶିଷ୍ଟ ବର୍ଜ୍ୟବସ୍ତୁ ପୁନଃ ଚକ୍ର ସୁବିଧା ପ୍ରକଳ୍ପ କାମ ଚାଲିଛି

ତରଭା, (ଜିତେନ୍ଦ୍ର ସା) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ସ୍ଥାନୀୟ ପଡ଼ିଆ ଠାରେ ତିନି ଟନ୍ କ୍ଷମତା ବିଶିଷ୍ଟ ବର୍ଜ୍ୟବସ୍ତୁ ପୁନଃ ଚକ୍ର ସୁବିଧା ପ୍ରକଳ୍ପ କାମ ଚାଲିଛି । ବିଜ୍ଞାପିତ ଅଞ୍ଚଳରୁ ଦୈନିକ ବାହାରୁଥିବା ଅଳିଆ ଆବର୍ଜ୍ଜନାକୁ ମାଇକ୍ରୋ କମ୍ପୋଷ୍ଟ ପୁନଃ ଚକ୍ର ପ୍ରଣାଳୀ ଦ୍ୱାରା ସାର ବା ଜୈବିକ ଖତ ଇତ୍ୟାଦି ବାହାର କରାଯାଇ ଲୋକଙ୍କ କାମରେ ଲାଗିବ । ଏପରି କି ପ୍ରତିଦିନ ଏକ ଟନ୍ ବର୍ଜ୍ୟବସ୍ତୁରୁ ୪୦୦ କିଲୋ ଏବଂ ତିନି ଟନ୍ ବର୍ଜ୍ୟବସ୍ତୁରୁ ୧୨୦୦ କିଲୋ ଜୈବିକ ଖତ ପ୍ରସ୍ତୁତ ହେଇପାରିବ ବୋଲି ପରିମଳ ବିଶେଷଜ୍ଞ ସଞ୍ଜୟ ସ୍ୱାଇଁ ସୂଚନା ଦେଇଛନ୍ତି । ଏହା ହେବା ଫଳରେ ବର୍ଜ୍ୟବସ୍ତୁ ଗୁଡ଼ିକ ଏଣେ ତେଣେ ନ ଫୋପାଡି ମାଇକ୍ରୋ କମ୍ପୋଷ୍ଟ ପୁନଃ ଚକ୍ର ପ୍ରଣାଳୀ ଦ୍ୱାରା ସାର ବା ଜୈବିକ ଖତ ପ୍ରସ୍ତୁତ ହୋଇ ଚାଷୀଙ୍କ ଅଗ୍ରଗତିରେ ସାହାଯ୍ୟ ହେବ ।

Leave A Reply

Your email address will not be published.