om academy

ରାଜ୍ୟସ୍ତରୀୟ ଲୁଇବ୍ରେଲ ଜୟନ୍ତୀ ତଥା ବିଶ୍ୱ ବ୍ରେଲ୍ ଦିବସରେ ବ୍ରହ୍ମପୁର ବ୍ରେଲ୍ ପ୍ରେସ ମ୍ୟାନେଜର ପ୍ରକାଶ ରଥ ସମ୍ମାନିତ

jsm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦୃଷ୍ଟିହୀନମାନଙ୍କ ପାଇଁ ବ୍ରେଲ ଲିପିର ଉଦ୍ଭାବକ ମହାତ୍ମା ଲୁଇବ୍ରେଲଙ୍କ ୧୧୫ତମ ଜୟନ୍ତୀ ତଥା ବିଶ୍ୱ ବ୍ରେଲ ଦିବସ ଅବସରରେ ଗୁରୁବାର ସ୍ଥାନୀୟ ପଞ୍ଚାୟତିରାଜ ତାଲିମ ଭବନଠାରେ ଆୟୋଜିତ ସମାବେଶରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କ ଦ୍ୱାରା ରଚିତ ବ୍ରେଲ ଲିପିରେ ‘ବିୟଣ୍ଡ ହିୟର୍‌ ଏଣ୍ଡ ଅଦର୍‌ ପୋଇମସ୍‌’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ଏଥିସହ ନୂତନ ବର୍ଷ-୨୦୨୪ର ଓଡ଼ିଆ ବ୍ରେଲ କ୍ୟାଲେଣ୍ଡର ଉନ୍ମୋଚନ ହୋଇଥିଲା । ଏହି ଅବସରରେ ୧୯୮୬ ମସିହାରୁ ବ୍ରହ୍ମପୁର ସହରରେ ପ୍ରତିଷ୍ଠିତ ଏକମାତ୍ର ବ୍ରେଲ ପ୍ରେସ୍‌ର ମ୍ୟାନେଜର ପ୍ରକାଶ ନାରାୟଣ ରଥଙ୍କୁ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା । ଓଡ଼ିଶାର ୩୨ଟି ଦୃଷ୍ଟିହୀନ ବିଦ୍ୟାଳୟକୁ ବ୍ରେଲ ପୁସ୍ତକ ପ୍ରଦାନ କରିବାରେ ବ୍ରହ୍ମପୁର ବ୍ରେଲ ପ୍ରେସର ଅବଦାନ ରହିଛି । ଏହି କାର୍ଯ୍ୟକ୍ରମରେ ବିଭାଗୀୟ ନିର୍ଦ୍ଦେଶିକା ଆରତୀ ପଟ୍ଟନାୟକ, କୋର୍ସ ସଂଯୋଜକ ଅଞ୍ଜଳି ଦାସ, ପ୍ରଶିକ୍ଷକ ପ୍ରେମାନନ୍ଦ ମିଶ୍ର, ଅଧ୍ୟାପକ ମୂରଲୀଧର ଦାଶ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।

Leave A Reply

Your email address will not be published.