ବଲାଙ୍ଗିର, (କେପିଏନ୍ଏସ୍) : ଆସନ୍ତା ୨୦ ଜାନୁଆରୀରୁ ୨୨ ଜାନୁୟାରୀ ୨୦୨୫ ଦ୍ୱାବିଂଶତମ ବଲାଙ୍ଗିର ଲୋକ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଅବସରରେ ଅଞ୍ଚଳର ଲୋକ ସାହିତ୍ୟ, କଳା, ସଂସ୍କୃତି, ପରଂପରା, ନୃତ୍ୟ ଗୀତ, ଲୋକ ନାଟକ, ଇତିହାସ ତଥା ଜୀବନଧାରା ଆଧାରିତ ହୋଇ ଗବେଷଣାତ୍ମକ ଲେଖାଗୁଡିକୁ ନେଇ ଏକ ମନୋଜ୍ଞ ସ୍ମରଣିକା ପ୍ରକାଶିତ ହେବ । ଏଥିପାଇଁ ଗବେଷକ, ପ୍ରାବନ୍ଧିକ ଭାବରେ ଆପଣଙ୍କ ଠାରୁ ଲେଖା ଆହ୍ୱାନ କରାଯାଉଛି । ଲେଖା କମ୍ପ୍ୟୁଟରରେ ପେଜମେକରରେ ଟାଇପ ହୋଇ ଇ-ମେଲ ମାଧ୍ୟମରେ ଆମ ନିକଟରେ ୭ ଜାନୁୟାରୀ ମଧ୍ୟରେ ପହଞ୍ଚିବା ଆବଶ୍ୟକ । ଲେଖା ପଠାଇବାକୁ [email protected] ମେଲ୍ କରିବାକୁ ଦ୍ୱାବିଂଶତମ ବଲାଙ୍ଗିର ଲୋକ ଉତ୍ସବର ସ୍ମରଣିକା ସମିତି ଅଧ୍ୟକ୍ଷ ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା ଅନୁରୋଧ କରିଛନ୍ତି ।