centurian jitm

ଖୋର୍ଦ୍ଧା ରୋଡ଼-ବଲାଙ୍ଗିର ରେଳ ଲାଇନ୍‌ ପ୍ରକଳ୍ପ – ଟନେଲ, ନିର୍ମାଣ କାର୍ଯ୍ୟର ପ୍ରମୁଖ ଆହ୍ୱାନ

nschool
  • ସମୁଦାୟ ପ୍ରକଳ୍ପର ୭୫ କିମି ମଧ୍ୟରେ ୦୭ ଗୋଟି ଟନେଲ ନିର୍ମାଣ କରାଯାଉଛି ।
  • ଦଶପଲ୍ଲା ଏବଂ ପୁରୁଣାକଟକ ମଧ୍ୟରେ ସମସ୍ତ ଟନେଲ୍ ଅନ୍ତର୍ଭୁକ୍ତ ।
  • ବୌଦ୍ଧ ଜିଲ୍ଲାର ୦୪ ଗୋଟି ଟନେଲ୍‌ ମଧ୍ୟରୁ ୦୩ ଗୋଟି ଟନେଲ୍‌ ଆଢେଣିଗଡ଼ ଓ ଚାରିଛକ ମଧ୍ୟରେ ।
  • ଆଢେଣିଗଡ଼ ନିକଟରେ ଦୀର୍ଘତମ ଟନେଲ୍‌ର ଦୈର୍ଘ୍ୟ ୭୦୦ ମିଟର ଲମ୍ବ ଏସ୍‌କେପ ଟନେଲ୍‌ ସହିତ ୪.୮୮୫ କିମି ଅଟେ (୪.୧୮୫ କିମି + ୭୦୦ ମିଟର) ।
  • ଦଶପଲ୍ଲା ଏବଂ ବାଣିଗୋଚ୍ଛା ମଧ୍ୟରେ ନୟାଗଡ଼ ଜିଲ୍ଲାର ୦୩ ଗୋଟି ଟନେଲ୍ ଅନ୍ତର୍ଭୁକ୍ତ
  • ୦୪ ଗୋଟି ଟନେଲ୍‌ରେ ଟନେଲ୍ ବ୍ରେକ୍‌ଥରୁ କାର୍ଯ୍ୟ ସଫଳତାର ସହିତ ସମାପ୍ତ ହୋଇଛି ।
  • ୨୧ ଅଗଷ୍ଟ ୨୦୨୪ ଦିନ ଟନେଲ ନମ୍ବର ୧ର ବ୍ରେକ୍‌ଥରୁ କାର୍ଯ୍ୟ ସଫଳତାର ସହିତ ସମ୍ପାଦନ କରାଯାଇଛି ।

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ଼-ବଲାଙ୍ଗିର ରେଳ ଲାଇନ୍‌ ପ୍ରକଳ୍ପ ନିର୍ମାଣ କ୍ଷେତ୍ରରେ ପୂର୍ବତଟ ରେଳପଥ ବିଶେଷ କରି ଟନେଲ୍‌ ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନର ସମ୍ମୁଖୀନ ହେଉଥିଲେ ମଧ୍ୟ ଭାରତୀୟ ରେଳରେ ଏକ ପ୍ରମୁଖ ଭିତ୍ତିଭୂମି ନିର୍ମାଣ ପଦକ୍ଷେପ ନେଇ ଉଲ୍ଲେଖନୀୟ ବେଗରେ ଅଗ୍ରଗତି କରୁଛି । ଏହି ପ୍ରକଳ୍ପର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ଟନେଲ୍‌ଗୁଡିକ ରେଳପଥ ନିର୍ମାଣରେ ସାମ୍ନାକୁ ଆସିଥିବା କେତେକ ଜଟିଳ ଓ କଠିନ ଇଞ୍ଜିନିୟରିଂ ଆହ୍ୱାନକୁ ସାମ୍ନା କରି ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ସମ୍ପାଦନ ପାଇଁ ଆଗକୁ ବଢି ଚାଲିଛି । ଭାରତୀୟ ରେଳବାଇର ଏକ ଗୁରୁତ୍ୱପୂର୍ଣ୍ଣ ଜନ-କେନ୍ଦ୍ରିକ ପଦକ୍ଷେପ ଭାବେ ଏହି ପ୍ରକଳ୍ପ ସମସ୍ତ ବାଧାବିଘ୍ନକୁ ସାମ୍ନା କରି ଆଗକୁ ବଢିଚାଲିଛି ଏବଂ ଦୁର୍ଗମ ଅଞ୍ଚଳରେ ଟନେଲ୍ ନିର୍ମାଣ ଦ୍ୱାରା ସୃଷ୍ଟି ହୋଇଥିବା ଆହ୍ୱାନ ସତ୍ୱେ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଗୁଡିକ ହାସଲ କରି ଚାଲିଛି । ସମୁଦାୟ ୩୦୧ କିଲୋମିଟର ଦୈର୍ଘ୍ୟ ଏହି ପ୍ରକଳ୍ପ ସୁଦୂର ଉପାନ୍ତ ଅଞ୍ଚଳରେ ସଂଯୋଗ ବୃଦ୍ଧି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଯଥାଶୀଘ୍ର କାର୍ଯ୍ୟ ଶେଷ କରିବାକୁ ରେଳ ମନ୍ତ୍ରଣାଳୟର ନିରନ୍ତର ଭାବେ ଏହି ନିର୍ମାଣ କାର୍ଯ୍ୟର ସମୀକ୍ଷା କରୁଛି । ଟନେଲ୍ ନିର୍ମାଣ : ପ୍ରକଳ୍ପ ନିର୍ମାଣ ଆହ୍ୱାନର ମୁଖ୍ୟ ବିଷୟବସ୍ତୁ ଖୋର୍ଦ୍ଧା ରୋଡ଼-ବଲାଙ୍ଗିର ରେଳ ଲାଇନ୍‌ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ମଧ୍ୟରେ ଦଶପଲ୍ଲା ଓ ପୁରୁଣାକଟକ ମଧ୍ୟରେ ଥିବା ଦୁର୍ଗମ ତଥା ଜଙ୍ଗଲଭୂମି ଦେଇ ଗତି କରୁଥିବାବେଳେ ଏହି ୭୫ କିଲୋମିଟର ଦୂରତା ମଧ୍ୟରେ ସାତୋଟି ଟନେଲ୍ (ସମୁଦାୟ ୧୨.୭୬କିମି) ମାନଙ୍କର ନିର୍ମାଣ ଏହି ସମଗ୍ର ପ୍ରୟାସର ସବୁଠାରୁ ଜଟିଳ ଏବଂ ବୈଷୟିକ ଦୃଷ୍ଟିରୁ ଆବଶ୍ୟକୀୟ ଦିଗ ଭାବରେ ଉଭା ହୋଇଛି । ଏହି ଟନେଲ୍‌ଗୁଡ଼ିକ କେବଳ ପର୍ବତ ଦେଇ ଗମନାଗମନ ବିଷୟରେ ନୁହେଁ ବରଂ ପ୍ରକୃତି ଏବଂ ଭୌଗୋଳିକ ଦ୍ୱାରା ସୃଷ୍ଟି ହୋଇଥିବା ଅସାଧାରଣ ପ୍ରତିବନ୍ଧକକୁ ଦୂର କରିବାକୁ ପ୍ରତିନିଧିତ୍ୱ କରୁଛି । ୨୦ ଅଗଷ୍ଟ ୨୦୨୪ରେ ୧.୭୯୫ କିମି ଦୈର୍ଘ୍ୟ ଟନେଲ୍ (ନମ୍ବର ୭)ର ବ୍ରେକ୍‌ଥରୁ କରାଯାଇଥିଲା ବେଳେ ଠିକ୍‌ ଏହାର ପରଦିନ ଅର୍ଥାତ୍ ୨୧ ଅଗଷ୍ଟ ୨୦୨ରେ ଟନେଲ୍ ନମ୍ବର -୧ର ବ୍ରେକ୍‌ଥରୁ କରାଯାଇ ଆଉ ଏକ ସଫଳତା ହାସଲ କରାଯାଇଥିଲା ।
ଟନେଲ୍ ଗୁଡିକର ପ୍ରମୁଖ ବୈଶିଷ୍ଟ୍ୟ ଗୁଡିକ:

  • ଏହି ପ୍ରକଳ୍ପ ମଧ୍ୟରେ ସମୁଦାୟ ସାତ ଗୋଟି ଟନେଲ ନିର୍ମାଣ ଚାଲିଛି ଏବଂ ସମସ୍ତ ଟନେଲ ଦଶପଲ୍ଲା ଓ ପୁରୁଣାକଟକ ଯାହାକି ଜଙ୍ଗଲ, ଅଭୟାରଣ୍ୟ ମଧ୍ୟରେ ଅବସ୍ଥିତ ।
  • ଆଢେଣିଗଡ଼ ଓ ପୁରୁଣାକଟକ ମଧ୍ୟରେ ବୌଦ୍ଧ ଜିଲ୍ଲା ମଧ୍ୟରେ ଚାରୋଟି ଟନେଲ୍‌ ଅନ୍ତର୍ଭୁକ୍ତ ଏବଂ ସେଥିମଧ୍ୟରୁ ପ୍ରମୁଖ ଦୀର୍ଘତମ ଟନେଲର ଦୈର୍ଘ୍ୟ ସୁରକ୍ଷା ପାଇଁ ୭୦୦ ମିଟର ଏସ୍‌କେପ ଟନେଲ୍‌ ସହିତ ୪.୧୮୫ କିଲୋମିଟର ଅଟେ ।
  • ନୟାଗଡ଼ ଜିଲ୍ଲା ମଧ୍ୟରେ ତିନୋଟି ଟନେଲ୍ ଅନ୍ତର୍ଭୁକ୍ତ ସେଠି ମଧ୍ୟରୁ ଦଶପଲ୍ଲା ଓ ବୁଗୁଡ଼ା ମଧ୍ୟରେ ଦୁଇଟି ଅନ୍ତର୍ଭୁକ୍ତ ।
  • ସମୁଦାୟ ୦୪ ଗୋଟି ଟନେଲ ବ୍ରେକ୍‌ଥରୁ କାଯ୍ୟଁ ସଫଳତାର ସହିତ ସମାପ୍ତ ହୋଇଛି ଯାହାକି ଏକ ପ୍ରମୁଖ ପ୍ରଗତି ମାଇଲଖୁଣ୍ଟକୁ ଚିହ୍ନିତ କରିଛି ।
    ଟନେଲ ନିର୍ମାଣ ଏବଂ ବୈଷୟିକ ଓ ପରିବେଶ ଆହ୍ୱାନକୁ ଦୂର କରିବାରେ ପ୍ରମୁଖ କାର୍ଯ୍ୟ ଗୁଡ଼ିକ ହେଉଛି
    ୧. ଜଟିଳ ଭୌଗୋଳିକ ଅବସ୍ଥା
    ବିଭିନ୍ନ ପ୍ରକାର ମାଟିର ଘନତା ଏବଂ ପଥର ଗଠନ ସହିତ ଏହି ଅଞ୍ଚଳର ଭୌଗୋଳିକ ଜଟିଳତା ଟନେଲ୍‌ର ସ୍ଥିରତା ଏବଂ ନିରାପତ୍ତା ସୁନିଶ୍ଚିତ କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛି । ଉନ୍ନତ ଟନେଲିଂ କୌଶଳଗୁଡିକ ଏହି ବିବିଧ ଅବସ୍ଥା ପରିଚାଳନା ପାଇଁ ନିୟୋଜିତ ହୋଇଥିବା ସହିତ ଯତ୍ନଶୀଳ ଯୋଜନା ଏବଂ କାର୍ଯ୍ୟକାରିତା ଆବଶ୍ୟକ ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି ।
    ୨. ପରିବେଶ ସମ୍ବେଦନଶୀଳତା ଏବଂ ସଂରକ୍ଷଣ ପ୍ରୟାସ
    ଏହି ଟନେଲଗୁଡ଼ିକ ବନ୍ୟଜନ୍ତୁ ଅଭୟାରଣ୍ୟ ସମେତ ପରିବେଶ ସମ୍ବେଦନଶୀଳ ଅଞ୍ଚଳ ମଧ୍ୟଦେଇ ନିର୍ମାଣ ହେଉଛି । ପ୍ରକଳ୍ପରେ ନିୟୋଜିତ କାର୍ଯ୍ୟବଳ ସହିତ ଇଞ୍ଜିନିୟରିଂ ଆବଶ୍ୟକତାକୁ ଧ୍ୟାନଦେଇ ପରିବେଶ ସଂରକ୍ଷଣ, ଭିଆଡକ୍ଟ ନିର୍ମାଣ ଏବଂ ସ୍ଥାନୀୟ ବନ୍ୟଜନ୍ତୁ ଏବଂ ସେମାନଙ୍କ ବାସସ୍ଥାନ ଉପରେ ପ୍ରଭାବକୁ କମ୍ କରିବାକୁ ପଦକ୍ଷେପ ଗ୍ରହଣ କରିବାକୁ ପଦକ୍ଷେପ ନିଆଯାଇଛି ।
    ୩. ବକ୍ର (କର୍ଭ) ଟନେଲ୍‌ଗୁଡିକରେ ଇଞ୍ଜିନିୟରିଂ ସଠିକତା
    ସାତଟି ଟନେଲ ମଧ୍ୟରୁ ପାଞ୍ଚଟି ଟନେଲ୍‌ରେ କର୍ଭ ସହିତ ନିର୍ମାଣ କରାଯାଉଛି ଯାହାକି ୨.୫ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଅଟେ । ଇଞ୍ଜିନିୟରିଂରେ ଏହା ଏକ ଅସାଧାରଣ ସ୍ତରର ସଠିକତା ଆବଶ୍ୟକ କରେ, ଯେହେତୁ କର୍ଭ ଟନେଲ୍‌ଗୁଡିକ ଆଲାଇନମେଣ୍ଟ ଏବଂ ଗଠନମୂଳକ ଅଖଣ୍ଡତା ଦୃଷ୍ଟିରୁ ଅନନ୍ୟ ଚ୍ୟାଲେଞ୍ଜ ଉପସ୍ଥାପନ କରେ ।
    ୪. ଉଭୟ ପ୍ରାନ୍ତରୁ ଏକକାଳୀନ ନିର୍ମାଣ
    ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ପାଇଁ ଉଭୟ ପ୍ରାନ୍ତରୁ ଏକକାଳୀନ ଟନେଲ୍‌ ନିର୍ମାଣ କାର୍ଯ୍ୟ ଚାଲିଛି । କଠିନ ସମୟସୀମା ପାଳନ କରିବା ପାଇଁ ଏହି ପଦ୍ଧତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କିନ୍ତୁ ଯତ୍ନଶୀଳ ସମନ୍ୱୟ ଏବଂ ଉତ୍ସ ପରିଚାଳନା ଆବଶ୍ୟକ କରେ । ଏହି ଚ୍ୟାଲେଞ୍ଜ ଗୁଡିକ ସତ୍ତ୍ୱେ, ୭ଗୋଟି ଟନେଲ୍‌ ମଧ୍ୟରୁ ଚାରିଟିରେ ଟନେଲ୍ ସଫଳତା ସହିତ ବ୍ରେକ୍‌ଥରୁ କରି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି । ଏହି ସଫଳତା ଉକ୍ତ ପ୍ରକଳ୍ପରେ କାର୍ଯ୍ୟ କରୁଥିବା ଇଞ୍ଜିନିୟରିଂ ଦଳର ଉତ୍ସର୍ଗୀକୃତତା ଏବଂ ପାରଦର୍ଶିତା ପାଇଁ ଏକ ପ୍ରମାଣ । ଧାର୍ଯ୍ୟ ସମୟସୀମା ପୂର୍ବରୁ ନିର୍ମାଣ କାର୍ଯ୍ୟ ସମାପ୍ତ କରିବା ପାଇଁ ରଣନୀତିକ ନିର୍ମାଣ ପଦ୍ଧତି । ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ପ୍ରଗତିକୁ ତ୍ୱରାନ୍ୱିତ କରିବାକୁ ଉଭୟ ପ୍ରାନ୍ତରୁ ଏକକାଳୀନ ଟନେଲ୍‌ ନିର୍ମାଣ କାର୍ଯ୍ୟ ଚାଲିଛି । ଉଭୟ ପାର୍ଶ୍ୱରୁ ଟନେଲ୍‌ ନିର୍ମାଣ କାର୍ଯ୍ୟ ପଦ୍ଧତି ପ୍ରକଳ୍ପ ପାଇଁ ସ୍ଥିର ହୋଇଥିବା ଉଚ୍ଚାଭିଳାଷୀ ସମୟସୀମା ପୂରଣ ପାଇଁ ଗୁରୁତ୍ୱପୂର୍ଣ୍ଣ । ୩୦୧ କିଲୋମିଟର ଦୈର୍ଘ୍ୟ ଖୋର୍ଦ୍ଧା ରୋଡ଼-ବଲାଙ୍ଗିର ରେଳ ଲାଇନ ପ୍ରକଳ୍ପ ଦୁର୍ଗମ ଅଞ୍ଚଳରେ ସଂଯୋଗକୁ ସୁଦୃଢ଼ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ମୋଟ୍‌ ଦୈର୍ଘ୍ୟ ମଧ୍ୟରୁ ୧୯୯ କିଲୋମିଟର ଦୈର୍ଘ୍ୟ କାର୍ଯ୍ୟ ଶେଷ ହୋଇଛି, ସେଥିମଧ୍ୟରୁ ଖୋର୍ଦ୍ଧା ରୋଡ୍‌ରୁ ଦଶପଲ୍ଲା ପର୍ଯ୍ୟନ୍ତ ୧୦୫.୮ କିଲୋମିଟର ଏବଂ ବଲାଙ୍ଗିରରୁ ବୌଦ୍ଧ ପର୍ଯ୍ୟନ୍ତ ୯୩ କିଲୋମିଟର ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଛି । ଆଗାମୀ କିଛି ମାସ ମଧ୍ୟରେ ବୌଦ୍ଧରୁ ପୁରୁଣାକଟକ ପର୍ଯ୍ୟନ୍ତ କାର୍ଯ୍ୟ ଚାଲୁ ରହିଛି ଯାହାକି ଖୁବ୍‌କମ୍‌ ସମୟ ମଧ୍ୟରେ ଶେଷ ହେବାର ଲକ୍ଷ ରଖାଯାଇଛି । ଏହି ଟନେଲ୍‌ଗୁଡିକର ସଫଳ ନିର୍ମାଣ ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ରେଳ ଲାଇନ୍‌ ପ୍ରକଳ୍ପ ପାଇଁ ଏକ ପ୍ରମୁଖ ମାଇଲଖୁଣ୍ଟକୁ ସୁନିଶ୍ଚିତ କରିବା ସହିତ ଭାରତୀୟ ରେଳବାଇର ଅଜଣା ଇଞ୍ଜିନିୟରିଂ ଚ୍ୟାଲେଞ୍ଜକୁ ଦୂର କରିବା ତଥା ଦୁର୍ଗମ ଅଞ୍ଚଳରେ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ବିତରଣ କରିବାର କ୍ଷମତାକୁ ମଧ୍ୟ ସୂଚିତ କରୁଛି । ଟନେଲ୍ କାର୍ଯ୍ୟ ସମାପ୍ତ ହେବା ଏହି ପ୍ରକଳ୍ପର ଏକ ମହତ୍ୱପୂର୍ଣ୍ଣ ସଫଳତାକୁ ସୁନିଶ୍ଚିତ କରିବା ସହିତ ଏହି ଅଞ୍ଚଳରେ ଉନ୍ନତ ସଂଯୋଗ ଏବଂ ଅର୍ଥନୈତିକ ବିକାଶ ପାଇଁ ବାଟ ଖୋଲିବ ବୋଲି ଦୃଢ଼ ଆଶା କରାଯାଉଛି ।
Leave A Reply

Your email address will not be published.