oum

୪୫୩.୧୧ କୋଟି ଟଙ୍କାରେ ବୃହତ୍‌ ଜଳ ଯୋଗାଣ ପ୍ରକଳ୍ପ ହେବ

jsm

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାରେ ଏକ ବୃହତ୍‌ ଗ୍ରାମ୍ୟ ପାନୀୟଜଳ ଯୋଗାଣ ପ୍ରକଳ୍ପ ହେବ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪୫୩ କୋଟି ୧୧ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ରବିବାର ବରଗଡ଼ରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ପୂର୍ବତନ ରାଜ୍ୟ ସଭା ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟ ଏହି ସୂଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି, ପ୍ରକଳ୍ପ ଦ୍ୱାରା ଜିଲ୍ଲାର ୩ଟି ବ୍ଲକ ଅଧୀନରେ ଥିବା ୫୮ଟି ପଞ୍ଚାୟତ ଅନ୍ତର୍ଗତ ୩୧୬ଟି ଗ୍ରାମରେ ବସବାସ କରୁଥିବା ପ୍ରାୟ ୨ଲକ୍ଷ ୯୧ହଜାର ୨୯୦ ଜନସାଧାରଣ ବିଶୁଦ୍ଧ ପାନୀୟଜଳ ପାଇ ପାରିବେ । ଭଟଲି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ କହିଥିଲେ, ମହାନଦୀରୁ ପାଣି ଆସିବ ଏବଂ ଅମ୍ବାଭୋନା ବ୍ଲକ ତାମଦେଇଠାରେ ଏକ ଟ୍ରିଟମେଣ୍ଟ ପ୍ଲାଣ୍ଟ ସ୍ଥାପନ ହେବ । ସେଠାରୁ ପାଇପ୍‌ ଯୋଗେ ଅମ୍ବାଭୋନା ବ୍ଲକର ୧୫ ପଞ୍ଚାୟତ ଅନ୍ତର୍ଗତ ୧୦୪, ଭଟଲି ବ୍ଲକର ୧୬ ପଞ୍ଚାୟତ ଅନ୍ତର୍ଗତ ୮୪ ଏବଂ ସୋହେଲା ବ୍ଲକର ୨୭ ପଞ୍ଚାୟତ ଅନ୍ତର୍ଗତ ୧୨୮ ଗ୍ରାମକୁ ବିଶୁଦ୍ଧ ପାନୀୟଜଳ ଯୋଗାଣ ହେବ । ଏହାଦ୍ୱାରା ଅଞ୍ଚଳରେ ଆଉ ପାନୀୟଜଳର ଅଭାବ ପରିଲକ୍ଷିତ ହେବ ନାହିଁ ବୋଲି ବିଧାୟକ ସିଂ କହିଥିଲେ । ଖବରଦାତା ସମ୍ମିଳନୀରେ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ସାଧୁ ନେପାକ, ଅମ୍ବାଭୋନା ବ୍ଲକ ଅଧ୍ୟକ୍ଷ କୀର୍ତ୍ତିଚନ୍ଦ୍ର ଦୁଆନ, ଭଟଲି ବ୍ଲକ ଅଧ୍ୟକ୍ଷ ନିତ୍ୟାନନ୍ଦ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.