କଳାହାଣ୍ଡି ଜିଲ୍ଲାରେ ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କଳାହାଣ୍ଡି ଜିଲ୍ଲାବାସୀଙ୍କ ଉତ୍ତମ ପାନୀୟଜଳ ସୁବିଧା ପାଇଁ କ୍ୟାବିନେଟ୍ ବୈଠକରେ ୨ଟି ବୃହତ ଗ୍ରାମ୍ୟ ପାନୀୟଜଳ ଯୋଗାଣ ପ୍ରକଳ୍ପ ମଞ୍ଜୁର ହୋଇଛି । ଥୁଆମୂଳ ରାମପୁର ଓ କୋକସରା ବ୍ଲକରେ ହେଉଥିବା ଏହି ପ୍ରକଳ୍ପ ୧୫୫ଟି ଗାଁର ୧.୨୬ ଲକ୍ଷରୁ ଅଧିକ ଲୋକଙ୍କ ପାଇଁ ବିଶୁଦ୍ଧ ପାନୀୟଜଳ ସୁବିଧା ସୁନିଶ୍ଚିତ କରିବ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.