ପ୍ରଜାପତି ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ଶ୍ରୀମଦ୍ ଭଗବତ ଗୀତାର ସତ୍ୟ ଆଧ୍ୟାତ୍ମିକ ରହସ୍ୟ ଆସନ୍ତା ୨୯ରୁ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨୦ସ୍ଥିତ ପ୍ରଜାପତି ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ଶ୍ରୀମଦ୍ ଭଗବତ ଗୀତାର ସତ୍ୟ ଆଧ୍ୟାତ୍ମିକ ରହସ୍ୟ ଆସନ୍ତା ୨୯ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୩ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କେନ୍ଦ୍ରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । କେନ୍ଦ୍ରର ମୁଖ୍ୟ ବ୍ରହ୍ମକୁମାରୀ (ବିକେ) ଅଞ୍ଜଳୀ ସାମ୍ବାଦିକଙ୍କୁ ସୂଚନା ଦେଇ କହିଲେ ଯେ, ଏହି କାର୍ଯ୍ୟକ୍ରମରେ ବିହାରର ବେଗୁସରାୟରୁ ବ୍ରହ୍ମକୁମାରୀ କାଞ୍ଚନ ଦିଦି ଯୋଗଦେଇ ଉପରୋକ୍ତ ବିଷୟରେ ବକ୍ତବ୍ୟ ରଖିବେ । ସେକ୍ଟର ୨୦ କୋଏଲ ବିଦ୍ୟାପୀଠ ପଡ଼ିଆଠାରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ୨୯ ତାରିଖ ଦିନ ଅପରାହ୍ନ ୩ଟାରୁ ୫ ଟା ପର୍ଯ୍ୟନ୍ତ କଳସ ଯାତ୍ରା ପରେ ପ୍ରତ୍ୟେକ ଦିନ ସନ୍ଧ୍ୟା ସାଢ଼େ ପାଞ୍ଚ ଟାରୁ ୮ଟା ପର୍ଯ୍ୟନ୍ତ ହେବାକୁ ଥିବା ପ୍ରଥମ ଦିନରେ ସର୍ବଶାସ୍ତ୍ର ଶିରୋମଣି ଭଗବତ ଗୀତା ଶ୍ରବଣର ମହତ୍ତ୍ୱ ଓ ଆତ୍ମଦର୍ଶନ, ଦ୍ୱିତୀୟ ଦିନରେ ପରମାତ୍ମ ଦର୍ଶନ ଓ ବିରାଟ ରୂପରେ ସାକ୍ଷାତକାର, ତୃତୀୟ ଦିନ ଆଧୁନିକ ମହାଭାରତ କାଳରେ କୌରବ କିଏ ଏବଂ ପାଣ୍ଡବ କିଏ, ଚତୁର୍ଥ ଦିନ କର୍ମ ସିଦ୍ଧାନ୍ତ ଓ ରାଜଯୋଗ ତଥା ପଞ୍ଚମ ଦିନରେ ବିକାରର ଆହୁତି ଓ ସମାପ୍ତି ସମ୍ପର୍କରେ କାଞ୍ଚନ ଦିଦି ଆଲୋଚନା କରିବେ । ଶ୍ରୀମଦ୍ ଭଗବତ ଗୀତର ସତ୍ୟ ଆଧ୍ୟାତ୍ମିକ ରହସ୍ୟକୁ ବୁଝି ଜୀବନକୁ ଆନନ୍ଦମୟ କରିବା ଲାଗି ସପରିବାରେ ଯୋଗଦେବାକୁ ଅନୁଷ୍ଠାନ ପକ୍ଷରୁ ନିବେଦନ କରାଯାଇଛି । ପରବର୍ତ୍ତୀ ସମୟରେ ୧୦ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଛେଣ୍ଡ ଠାରେ ଓ ୧୪ ରୁ ୧୬ ତାରିଖ ପର୍ଯ୍ୟନ୍ତ ବୀରମିତ୍ରପୁର ଠାରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ସୂଚନା ଦିଆଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ବିକେ ଅଞ୍ଜଳି ବ୍ୟତୀତ ବିକେ ସୀମା, ବିକେ ବବି ପ୍ରମୁଖ ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବିକେ ସର୍ବଶ୍ରୀ ଅମୂଲ୍ୟ ଚକ୍ର, ପିଙ୍କି, ଭାରତୀ, ଗୌରୀ, ବିଜୟ, ରାଜକିଶୋର, ମମତା, ସନ୍ଧ୍ୟା, ରଞ୍ଜୁଲତା, ମୋତି ଲାଲ, ଦାମନ, ପ୍ରଦ୍ୟୁମ୍ନ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.