ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ବଙ୍ଗୋମୁଣ୍ଡା ବ୍ଲକ ଅର୍ଷାତୁଲା ପଞ୍ଚାୟତ ଅଧୀନରେ ଥିବା ବାଳବେଙ୍ଗ ଗ୍ରାମର ପ୍ରହରୀ ମଣ୍ଡପର ଶିଳାନ୍ୟାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା(କୁକୁ ସିଂହ)ଙ୍କ କରକମଳରେ ଉଦଘାଟନ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତିର ଅଧ୍ୟକ୍ଷା ରଞ୍ଜୁବାଳା ବେହେରା, ଚେୟାରମେନ ପ୍ରତିନିଧି ଭୋଲାନାଥ ବେହେରା, ଅର୍ଶାତୁଲା ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ଟଙ୍କଧର ପୁଟେଲ, ଅଲଣ୍ଡା ସରପଞ୍ଚଙ୍କ ପ୍ରତିନିଧି ଯୁବରାଜ ବାଗ, ଗନ୍ଧର୍ଲା ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ପ୍ରଦୀପ ଜାଲ, ସିନ୍ଧେକେଲା ପଞ୍ଚାୟତର ପୂର୍ବତନ ସରପଞ୍ଚ ରାଜେଶ ଜୈନ, ହରିଚନ୍ଦ୍ର ତାଣ୍ଡି, ଚାନ୍ଦୋତରା ସମିତି ସଭ୍ୟଙ୍କ ପ୍ରତିନିଧି ଘାସି ସାହୁ, ଭୁସଲାଡ ପଞ୍ଚାୟତର ପୂର୍ବତନ ସରପଞ୍ଚ ଯୁବରାଜ ବେହେରା, ଦେଢ଼ଗାଁ ପଞ୍ଚାୟତ ସମିତି ସଭ୍ୟ ପିତାମ୍ବର ସୁନା, ଭୋଜରାଜ ପୁଟେଲ, ଧନୁ ଥନାପତି, ରାଜୀବ ସାହୁ, ନିଲକଣ୍ଠ ତ୍ରିପାଠୀ, ହେମନ୍ତ ନାୟକ, ବହୁ ସଂଖ୍ୟାରେ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ ।