
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ପଞ୍ଚାୟତ ପଙ୍ଗନିଆ(ବସ୍ତିପଡ଼ା)ଗ୍ରାମରେ ଷୋହଳ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଶନିବାର ସ୍ଥାନୀୟ ଗାଁ ପୋଖରୀରୁ ଶତାଧିକ ମହିଳାଙ୍କ ଦ୍ଵାରା କଳସ ଶୋଭାଯାତ୍ରା ପ୍ରହରୀ ମଣ୍ଡପ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇ ଅଧିବାସ ପର୍ବ ଅନୁଷ୍ଠିତ ହୋଇଥିଲା । ରବିବାର ଓ ସୋମବାର ହରେକୃଷ୍ଣ ହରେରାମ ନାମ ପରିବେଷଣ କରାଯାଇଥିଲା । ଆୟୋଜିତ ଷୋହଳ ପ୍ରହରୀରେ କର୍ତ୍ତା ରୂପେ ଦୂତିଆ ନାଗ ଓ ତାଙ୍କ ପତ୍ନୀ ସୁଫଲ ନାଗ, ପୂଜକ ରୂପେ କାଶୀନାଥ ଦାସ, ଜପକ ଜୟପ୍ରକାଶ ଦାସ, ସୁବାସ କୁମାର ଯୋଶୀ ଦାୟିତ୍ଵ ନିର୍ବାହ କରିଥିଲେ । ଏଥିରେ ଆୟୋଜକ ପଙ୍ଗନିଆ ସହ ଗମ୍ଭାରୀଖୋଳା, ମୁରାଗୁଡ଼ା, ଇଛାପଡ଼ା, କର୍ଲାକୋଟ, ବରାଯୁରା, ବେଲଗାଁ, ମାଟିଆ ଓ ଝାଙ୍କରଗୁଡ଼ା ସଙ୍କୀର୍ତ୍ତନ୍ୟ ଦଳ ନାମ ପରିବେଷଣ କରିଥିଲେ । ଆୟୋଜକ କମିଟି ସଭାପତି ଗୋପାଳ ଛତ୍ରିଆ, ସମ୍ପାଦକ ପ୍ରତାପ ହଂସ, କଣ୍ଟାବାଞ୍ଜି ବିଧାୟକଙ୍କ ମୁରିବାହାଲ ବ୍ଲକ ପ୍ରତିନିଧି ତଥା ବ୍ଲକ ଯାଦବ ସମାଜ ସଭାପତି ଗଙ୍ଗାଧର ହେର୍ଣ୍ଣା ଓ ସମିତି ସଭ୍ୟ ଚକ୍ରଧର ହେର୍ଣ୍ଣାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଲକ୍ଷ୍ମୀଧର ନାଗ, ତରଣୀସେନ ହଂସ, ଡୋଳାମଣି ନାଗ, ଚମ୍ପେଶ୍ୱର ହଂସ, ଇନ୍ଦ୍ରମଣି ନାଗଙ୍କ ସହ ସମସ୍ତ ପଙ୍ଗନିଆ ଓ ପଡ଼ୋଶୀ ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି । ଷୋହଳ ପ୍ରହରୀରେ ବହୁ ନେତୃସ୍ଥାନୀୟ ବ୍ୟକ୍ତିଙ୍କ ସହ ଶତାଧିକ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା ।