shyamal

ପ୍ରଗତି ଉତ୍କଳ ସଂଘରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ବୃକ୍ଷ ହିଁ ଜୀବନ । ପରିବେଶ ସନ୍ତୁଳନ ରକ୍ଷା ପାଇଁ ବ୍ୟାପକ ବୃକ୍ଷରୋପଣର ଆବଶ୍ୟକତା ରହିଛି । ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ପ୍ରଗତି ଉତ୍କଳ ସଂଘର ସାହିତ୍ୟ – ସଂସ୍କୃତି କାର୍ଯ୍ୟକ୍ରମ ସହ ପରିବେଶର ସୁରକ୍ଷା ପାଇଁ ପ୍ରତିବର୍ଷ ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନେଇଥାଏ । ଏହି କ୍ରମରେ ଆଜି ସଂଘର ୧ ଏକର ପରିମିତ ନିଜସ୍ଵ ଜମିରେ ଖାଲିଥିବା ଥିବା ସ୍ଥାନରେ ସଂଘ ପକ୍ଷରୁ ବିଭିନ୍ନ କିସ୍‌ମର୍‌ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । ରାଉରକେଲା ଇସ୍ପାତ କାରଖାନା ସହର ସେବା ବିଭାଗର ମୁଖ୍ୟ ମହାପ୍ରବନ୍ଧକ ତଥା ସଂଘର ସଭାପତି ପ୍ରତାପ କୁମାର ସ୍ୱାଇଁ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଉପସ୍ଥିତ ସଦସ୍ୟ ମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସଂଘର କର୍ମକର୍ତ୍ତା ଏବଂ ସଦସ୍ୟ ରଶ୍ମିରଞ୍ଜନ ବୋଇତାଇ, ରାଧାମୋହନ ନାୟକ, ଘନଶ୍ୟାମ ଧଳ, ଲକ୍ଷ୍ମଣନାଥ ଦାସ, ଅଶୋକ କୁମାର ପଟ୍ଟନାୟକ, ଅରବିନ୍ଦ ପାତ୍ର, ସତ୍ୟନାରାୟଣ ଦାଶ, ପ୍ରସନ୍ନ କୁମାର ମହାନ୍ତି, ଧରଣୀଧର ସାମଲ, ହରିହର ଶତପଥୀ, ଶୁଭ୍ରାଂଶୁ ଶେଖର ମହାପାତ୍ର, ପରୀକ୍ଷିତ ଗୁରୁ, ଇନ୍ଦ୍ରମଣି ମହାପାତ୍ର, ନିରଞ୍ଜନ ପଣ୍ଡା, ସୁନୀଲ ଦାସ, ଅମରେନ୍ଦ୍ର ପାଢ଼ୀ ପ୍ରମୁଖ ସଦସ୍ୟମାନେ ଯୋଗଦେଇ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଶେଷରେ ଘନଶ୍ୟାମ ଧଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

purusottam
Leave A Reply

Your email address will not be published.