oom

ସଇଁନ୍ତଲା କଲେଜରେ ଅସାମାଜିକ ବ୍ୟକ୍ତିଙ୍କ ବଢୁଛି ପ୍ରାଦୁର୍ଭାବ ଘଟଣା : ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କଲେ କଲେଜ ଅଧ୍ୟକ୍ଷ

jsmm

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ପଞ୍ଚାୟତ ସମିତି କଲେଜରେ ଅସାମାଜିକ ବ୍ୟକ୍ତିଙ୍କ ବଢୁଥିବା ପ୍ରାଦୁର୍ଭାବ ଘଟଣାକୁ ନେଇ ‘କୋଶଳ ପ୍ରବାହ’ରେ ଦୁଇ ଦିନ ତଳେ ଖବର ପ୍ରସାରିତ ହେବା ପରେ ଆଜି କଲେଜ ଅଧ୍ୟକ୍ଷ ଶିବ ପ୍ରସାଦ ବିଶ୍ୱାଳ ଆମ ପ୍ରତିନିଧିଙ୍କ ସହ ଆଲୋଚନା କରଛନ୍ତି । ସେ କହିଛନ୍ତି ଯେ, କଲେଜର ଉନ୍ନତି, ଛାତ୍ରଛାତ୍ରୀଙ୍କ ସୁରକ୍ଷା ଏବଂ ଏହି କଲେଜରେ ଉତ୍ତମ ପାଠ ପ୍ରତି ଆମର ଦୃଷ୍ଟି ରହିଛି । ସବୁବେଳେ ଛାତ୍ରଛାତ୍ରୀଙ୍କ ସୁବିଧା ଅସୁବିଧାକୁ ନେଇ କଲେଜର ସମସ୍ତ କର୍ମଚାରୀ ଗୁରୁତ୍ୱର ସହ ସର୍ବଦା ସଚେତନ ଅଛନ୍ତି । ଏଥି ସହ କଲେଜର ସ୍ୱଚ୍ଛତା ଦିଗରେ ପଦକ୍ଷେପ ନେବା ପାଇଁ ମଧ୍ୟ କହିଛନ୍ତି କଲେଜର ଅଧ୍ୟକ୍ଷ ଶ୍ରୀ ବିଶ୍ୱାଳ ।

jittmm
Leave A Reply

Your email address will not be published.