oom

ଶିକ୍ଷକ ପ୍ରଦୀପ ଭୋଇଙ୍କ ବିୟୋଗରେ ଶିକ୍ଷକ ସଂଘର ଶୋକ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : କରୋନା ଯୁଦ୍ଧରେ ଜାଗ୍ରତ ପ୍ରହରୀ ରୂପେ ଲଢ଼େଇ କରି ପଦ୍ମପୁର ଅନ୍ତର୍ଗତ କଦଳିମୁଣ୍ଡା ବିଦ୍ୟାଳୟର ଶିକ୍ଷକ ପ୍ରଦୀପ କୁମାର ଭୋଇଙ୍କ(୩୬) ଜୀବନ ପ୍ରଦୀପ ଲିଭି ଯାଇଛି । ନିଜ ଗାଁ ଗମ୍ଭାରୀଡିହି ଠାରେ ଆରଆରଟି ଭାବେ ଯୋଗଦେଇ ଘରକୁ ଘର ବୁଲି କରୋନା ପାଇଁ ସଚେତନ କରାଉଥିବା ବେଳେ ନିଜେ କରୋନାରେ ସଂକ୍ରମଣର ଶିକାର ହୋଇ ଚିକିତ୍ସିତ ହେଉଥିବା ସମୟରେ ଲଢ଼େଇରେ ହାରି ଯାଇଥିଲେ ଶିକ୍ଷକ ପ୍ରଦୀପ । ତାଙ୍କ ବିୟୋଗରେ ପଦ୍ମପୁର ମିଳିତ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଶୋକ ପ୍ରକାଶ କରାଯାଇଛି । ବ୍ଲକର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଆରଆରଟି, କଣ୍ଟ୍ରୋଲରୁମ ତଥା ଡାକ୍ତରଖାନାରେ ଆଗଧାଡିର ଯୋଦ୍ଧା ଭାବରେ କାମ କରୁଥିଲେ ମଧ୍ୟ କୌଣସି ସରକାରୀ ସୁବିଧା ନାହିଁ । ଏପରିକି ଅଗ୍ରାଧିକାର ଭିତ୍ତିରେ ଟୀକାକରଣ ମଧ୍ୟ କରାଯାଉନ ଥିବାରୁ ସଂଘ ସଭାପତି ସଦାନନ୍ଦ ପୁରୋହିତ ଦୁଃଖ ପ୍ରକାଶ କରିବା ସହିତ ଅଗ୍ରାଧିକାର ଭିତ୍ତିରେ ଟୀକାକରଣ ସହ କରୋନା ଯୋଦ୍ଧା ଭାବରେ ଶୀଘ୍ର ଘୋଷଣା କରିବା ପାଇଁ ପ୍ରଶାସନ ଠାରେ ଦାବୀ କରିଛନ୍ତି ଏବଂ ତାଙ୍କ ବିଧବା ପତ୍ନୀ, ଦେଢ଼ ବର୍ଷର ଝିଅ ଓ ବୁଢ଼ୀ ଆଈଙ୍କ ସମସ୍ତ ସୁବିଧା ଯୋଗାଇ ଦେବା ପାଇଁ ଶିକ୍ଷକ ଲଲିତ କୁମାର ଦାଶ, ସଞ୍ଜିବ କୁମାର ବାରିକ, ସୁବାଷ ଚନ୍ଦ୍ର ନାଥ, ବିଶ୍ଵନାଥ ଯୋଷି, ବାବୁଲୁ ପାଣିଗ୍ରାହୀ ପ୍ରମୁଖ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଦାବୀ କରିବା ସହ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି ।

jittmm
Leave A Reply

Your email address will not be published.