oom

ପ୍ରଧାନ ଶିକ୍ଷକଙ୍କ ବଦଳି ବାତିଲ ପ୍ରତିବାଦରେ କନଗାଁ ସ୍କୁଲ ସମ୍ମୁଖରେ ଅଭିଭାବକଙ୍କ ଧାରଣା

jsmm

ପାଟଣାଗଡ଼, (ଗୋରେଖନାଥ ବରିହା) : ଖପ୍ରାଖୋଲ ବ୍ଲକ ପଡିଆବାହାଲ ପଂଚାୟତ କନଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବଦଳି ପ୍ରତିବାଦରେ ସୋମବାର ଅଭିଭାବକମାନେ ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ସୂଚନା ଅନୁସାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୋତିଲାଲ ତାଣ୍ଡିଙ୍କୁ ଅନ୍ୟତ୍ର ବଦଳି ହୋଇଥିବାରୁ ତାର ପ୍ରତିବାଦ କରି ଅଭିଭାବକମାନେ ଧାରଣା ଦେଇ ପ୍ରତିବାଦ କରିଥିଲେ । ପୂର୍ବରୁ ବଦଳି ବାତିଲ ପାଇଁ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ଧାରଣା ଦେଇ ଥିବା ବେଳେ ଦାବୀ ପୁରଣ ନ ହେଲେ ଅନିର୍ଦ୍ଦିଷ୍ଟ ଦିନ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଇଶ୍ୱର ଛତର ସହ ଅଭିଭାବକମାନେ କହିଛନ୍ତି । ଏ ନେଇ ବ୍ଲକ ଶିକ୍ଷା ଅଧିକାରୀ ସୁବୋଧ ପୁରୋହିତଙ୍କୁ ଯୋଗାଯୋଗ କଲେ ମଧ୍ୟ ଫୋନ ଉଠାଇ ନଥିବା ବେଳେ ଏବିଇଓ ମୀନକେତନ ବରିହାଙ୍କୁ ପଚାରିବାରୁ ଛାତ୍ର ଛାତ୍ରୀ ସଂଖ୍ୟା ଅନୁପାତରେ ଅଧିକ ଶିକ୍ଷକ ଥିବାରୁ ଜିଲ୍ଲାପାଳଙ୍କ ଆଦେଶ ଅନୁସାରେ ଜଣେ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି ହୋଇଥିବା କହିଛନ୍ତି । ସେହିପରି ଅଭିଭାବକଙ୍କ ଦାବୀକୁ ମଧ୍ୟ ଉଚ୍ଚ କତୃପକ୍ଷଙ୍କୁ ଜଣାଇ ଦେଇଥିବା ମଧ୍ୟ କହିଛନ୍ତି ।

jittmm
Leave A Reply

Your email address will not be published.