ଲାଠୋରର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ପରଲୋକ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଜନ୍ମ ହେଲେ ମରଣ ନିଶ୍ଚିତ । କେହି ରହିନାହିଁ ରହିବେ ନାହିଁଟି ଭବରଂଗ ଭୂମିତଳେ, ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡ଼ିବେ କାଳବଳେ । ଖପ୍ରାଖୋଲ ବ୍ଳକର ଲାଠୋରର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ପୁରୋହିତଙ୍କ ଗତକାଲି ପୂର୍ବାହ୍ନରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହେଉଥିଲା । ଅଞ୍ଚଳ ତଥା ଅଞ୍ଚଳ ବାହାରେ ସେ ଜଣେ ଆଦର୍ଶ ଶିକ୍ଷକ ରୂପେ ବେଶ୍ ଖ୍ୟାତି ଅର୍ଜନ କରିଥିଲେ । ସ୍ଵର୍ଗତ ପୁରୋହିତ ଲାଠୋର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧୮ ବର୍ଷ ବୟସରୁ ଚାକିରୀ ଆରମ୍ଭ କରି ସମୁଦାୟ ଚାକିରି ଜୀବନର ୪୦ଟି ବର୍ଷ ଗୋଟିଏ ବିଦ୍ୟାଳୟରେ ହିଁ କଟାଇ ଦେଇଥିଲେ । ଗତ ୨୦୧୩ରୁ ଚାକିରୀରୁ ଅବସର ଗ୍ରହଣ କରି ଆସୁଥିବା ‌ସ୍ୱର୍ଗତଃ ପୁରୋହିତ ମଧୁମେହ ତଥା ଉଚ୍ଚ ରକ୍ତଚାପରେ ଆକ୍ରାନ୍ତ ହୋଇ ଆସୁଥିଲେ । ବାହାରକୁ କଠୋର ଦେଖାଯାଉଥିଲେ ମଧ୍ୟ ସେ ଥିଲେ ପୂର୍ଣ୍ଣ ନାରିକେଳ ସଦୃଶ । ତାଙ୍କ ବିୟୋଗରେ ଲାଠୋର ଅଞ୍ଚଳ ତଥା ଅଞ୍ଚଳ ବାହାରେ ଶୋକରେ ଛାୟା ଖେଳିଯାଇଛି ।

Leave A Reply

Your email address will not be published.