ଇମ୍ପରିୟଲ କଲେଜ ପକ୍ଷରୁ ନାଟକ ବଡମା ପ୍ରଦର୍ଶିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ମିନି ଷ୍ଟାଡିୟମଠାରେ ଅହିଂସା ରଥକୁ ସ୍ୱାଗତ କରିବା ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଇମ୍ପରିୟଲ କଲେଜର ଛାତ୍ରଛାତ୍ରୀମାନେ ନାଟକ ପ୍ରଦର୍ଶିତ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ମୋହନ ସାହୁଙ୍କ ଲିଖିତ ଓ ମନୋରଜଂନ ସାହୁଙ୍କ ନିର୍ଦ୍ଦେଶୀତ ଏହି ନାଟକରେ ଇମ୍ପରିୟଲ କଲେଜର ମିନି ଭୋଇ, ମନସ୍ୱିନୀ ମିଶ୍ର, ସୁନେଲି ରଣା, ଦୀପ୍ତିରେଖା ସାହୁ, ଅମ୍ଳାନ ମେହେର, ଆୟୁଷ ମେହେର, ସ୍ୱପ୍ନା ସାହୁ, ନେନା ପ୍ରଧାନ, ଅଫସାନ ଦାଶ, ଶିଖା ମେହେର, ହିମାଂଶୁ ସା, ବିଜୟ ମେହେର, ଗାୟତ୍ରୀ ସାହୁ, ଅନିଶା ରୁନଥାଲା, ବୁଲୁ ବଢ଼େଇ ପ୍ରମୁଖ ଅଭିନୟ କରିଥିଲେ । ସେହିପରି ଇଛା ଅଗ୍ରୱାଲ, ବସୁନ୍ଧରା ଦୀପ, ହରିପ୍ରିୟା ସାହୁ ସଙ୍ଗୀତ ପରିବେଷଣ କରିଥିବା ବେଳେ ଅନୁ ପାଇକ ଓ ରାଧେଶ୍ୟାମ ନାଏକ ବାଦ୍ୟ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରଗଡ଼ ପୌରାଧ୍ୟକ୍ଷା ଶ୍ରୀମତୀ କଳ୍ପନା ମାଝୀ ଓ କଲେଜର ଅଧ୍ୟକ୍ଷ ଦୁର୍ଗେଶ ଶତପଥୀ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ ।

jittmm
Leave A Reply

Your email address will not be published.