ବଲାଙ୍ଗିର, (କେପିଏନ୍ଏସ୍) : ମଣିଷ ସଭ୍ୟତାକୁ ବିଜ୍ଞାନର ଅବଦାନ ଅତୁଳନୀୟ । ଏହା ମଣିଷକୁ କାର୍ଯ୍ୟକ୍ଷମ ଓ ଉତ୍ପାଦନଶୀଳ କରାଇଥାଏ । ମଣିଷର ଉନ୍ନତିରେ ଏହି ଉପାଦାନର ଭୂମିକା ଗୁରୁତ୍ତ୍ୱପୂର୍ଣ୍ଣ । ଏହି ଆଭିମୁଖ୍ୟ ନେଇ ବଲାଙ୍ଗିର ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ସେଞ୍ଚୁରିଅନ ପବ୍ଲିକ ସ୍କୁଲ, ବ୍ଲସମ କନସେପ୍ଟ ସ୍କୁଲ, ଦିଲ୍ଲୀ ପବ୍ଲିକ ସ୍କୁଲ ଓ ସେଞ୍ଚୁରିଅନ ପବ୍ଲିକ ସ୍କୁଲ (ଡୁଙ୍ଗୁରିପାଲି )ର ମିଳିତ ଉଦ୍ୟମରେ ଛାତ୍ରଛାତ୍ରୀଙ୍କ ପାଇଁ ବିଜ୍ଞାନ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା । ଉତ୍ସବରେ ୧୦୦ରୁ ଅଧିକ ଛାତ୍ରଛାତ୍ରୀ ବିଜ୍ଞାନ ପ୍ରକଳ୍ପ ମାନ ପ୍ରସ୍ତୁତ କରି ତାକୁ ପ୍ରଦର୍ଶିତ କରିଥିଲେ । ଅନୁଷ୍ଠାନର ଆଞ୍ଚଳିକ ନିର୍ଦେଶକ ଡ଼. ପ୍ରଦୀପ ଷଡ଼ଙ୍ଗୀ ଉତ୍ସବର ଉଦଘାଟନ କରିଥିଲେ । ତାଙ୍କରି ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମଟି ସମ୍ପାଦିତ ହୋଇଥିଲା । ଉତ୍ସବରେ ଆକାଶ ଅନୁଷ୍ଠାନ ବଲାଙ୍ଗିରର ମୁଖ୍ୟ ସତ୍ୟଦର୍ଶୀ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପିଲାମାନଙ୍କୁ ମାର୍ଗ ଦର୍ଶନ କରିଥିଲେ । ସେଞ୍ଚୁରିଅନ ବିଦ୍ୟାଳୟର ଅଧ୍ୟକ୍ଷ ତମାଳ ଚକ୍ରବର୍ତ୍ତୀ ଉପସ୍ଥିତ ରହି କାର୍ଯ୍ୟକ୍ରମଟିର ସଫଳ ପରିଚାଳନାରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ସି.ଏଚ୍.ସି.ଇ ବିଭାଗର ଅଧ୍ୟକ୍ଷ ଡ଼. ଅନଙ୍ଗ ଉଦୟ ନାଏକ ଏବଂ ଉପାଧ୍ୟକ୍ଷା ଡ଼. ଅଙ୍କିତା ଶୁଭ୍ରସ୍ମିତା ଗଡ଼ତ୍ୟା, ସେଞ୍ଚୁରିଅନ ବିଦ୍ୟାଳୟର ଉପାଧ୍ୟକ୍ଷା ଡ଼. ପୁଣ୍ୟତୋୟା ବିଶ୍ୱାଳ, ସୋମନାଥ ଷଡ଼ଙ୍ଗୀ ( ଅଧ୍ୟକ୍ଷ ଏପ୍ଲାଏଡ ସାଇନ୍ସ ଓ ନର୍ସିଂ ବିଭାଗର ଇନଚାର୍ଜ ) ପ୍ରଭୃତି ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କର ଉଚିତ ମାର୍ଗ ଦର୍ଶନ କରିଥିଲେ । ଉତ୍ସବରେ ବିଚାରକ ଭାବରେ ଶିବ ପ୍ରସାଦ ତ୍ରିପାଠୀ (ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ), ଡ଼. ରୋଜଲିନ ଷ୍ଟିଫେନ (ନର୍ସିଂ ବିଭାଗର ଅଧ୍ୟକ୍ଷା), ସ୍ୱର୍ଣ୍ଣଜିତ ତ୍ରିପାଠୀ (ଫାର୍ମାସି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର), ଅନୁସ୍ପନ୍ଦନ ରାୟ (ଫାର୍ମାସି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର) କାର୍ଯ୍ୟ ତୁଳାଇ ଫଳାଫଳ ନିର୍ଣ୍ଣୟ କରିଥିଲେ । ଉତ୍ସବରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସଫଳ ରୂପେ ସମ୍ପାଦିତ କରିବା ପାଇଁ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଫଳାଫଳ ଅନୁଯାୟୀ ଜୁନିଅର ବିଭାଗରେ ଶ୍ରେୟାଂଶ ପାଢ଼ୀ (ଚତୁର୍ଥ ଶ୍ରେଣୀ, ସି.ପି.ଏସ୍ ବଲାଙ୍ଗିର) ପ୍ରଥମ ସ୍ଥାନ, ଆରବ ଅଗ୍ରୱାଲ (ପଞ୍ଚମ ଶ୍ରେଣୀ, ସି.ପି.ଏସ୍, ଡୁଙ୍ଗୁରିପାଲି ) ଦ୍ଵିତୀୟ ସ୍ଥାନ, ସାଇ ଅଗ୍ରୱାଲ (ପଞ୍ଚମ ଶ୍ରେଣୀ, ଡି.ପି.ଏସ) ତୃତୀୟ ସ୍ଥାନ ଏବଂ ଅରିତ୍ରିକା ଚକ୍ରବର୍ତ୍ତୀ (ପଞ୍ଚମ ଶ୍ରେଣୀ, ବ୍ଲସମ କନସେପ୍ଟ ସ୍କୁଲ) ସ୍ୱତନ୍ତ୍ର ଜୁରୀ ପୁରସ୍କାର ଗ୍ରହଣ କରିଥିଲେ । ସେହିପରି ଭାବରେ ସିନିଅର ବିଭାଗରେ ଭବ୍ୟା ଅଗ୍ରୱାଲ (ନବମ ଶ୍ରେଣୀ, ସି.ପି.ଏସ୍ ଡୁଙ୍ଗୁରିପାଲି) ପ୍ରଥମ ସ୍ଥାନ, ଅମୀୟଶ୍ରୀ ମିଶ୍ର (ନବମ ଶ୍ରେଣୀ, ସି.ପି.ଏସ, ଡୁଙ୍ଗୁରିପାଲି ) ଦ୍ଵିତୀୟ ସ୍ଥାନ, ଶୁଭ୍ରାଂଶୀ ପତି ଓ ପର୍ଲିକା ସେଠ ( ସପ୍ତମ ଶ୍ରେଣୀ ସି. ପି ଏସ, ବଲାଙ୍ଗିର) ତୃତୀୟ ସ୍ଥାନ ଓ ମଞ୍ଜିତ ଛାବ୍ରା (ସପ୍ତମ ଶ୍ରେଣୀ, ଡି.ପି.ଏସ,) ସ୍ୱତନ୍ତ୍ର ଜୁରୀ ପୁରସ୍କାର ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ଅଭିଭାବକ ଓ ଅଭିଭାବିକାମାନେ ମଧ୍ୟ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କର ଉତ୍ସାହକୁ ବୃଦ୍ଧି କରିଥିଲେ । ଛାତ୍ରଛାତ୍ରୀ ମାନଙ୍କର ଅଭିନବ ବିଜ୍ଞାନ ପ୍ରକଳ୍ପ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲା । ସମସ୍ତେ ଛାତ୍ରଛାତ୍ରୀଙ୍କର ଏଭଳି ପ୍ରୟାସର ଭୁରି ଭୁରି ପ୍ରଶଂସା କରିଥିଲେ । ବାସ୍ତବରେ ବିଜ୍ଞାନର ଏହି ଅଦ୍ଭୁତ ଓ ଚମତ୍କାର ପ୍ରକଳ୍ପ ଗୁଡିକ ଆଜି ସମସ୍ତଙ୍କର ଆକର୍ଷଣର କେନ୍ଦ୍ର ପାଲଟିଥିଲା । ବାସ୍ତବରେ ଅନୁଷ୍ଠାନର ଏହି ଅଭିନଵ ପ୍ରୟାସ ସ୍ୱାଗତଯୋଗ୍ୟ ଅଟେ ।