ରାମପୁର ଉଚ୍ଚ ବିଦ୍ୟାଳୟ ଠାରେ ଶକ୍ତି କ୍ଲବର ଧାରଣୀୟ ଜୀବନ ଶୈଳୀ ମଡେଲ ପ୍ରଦର୍ଶନୀ

ଏସ.ରାମପୁର/ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଉଚ୍ଚ ବିଦ୍ୟାଳୟରେ ଶକ୍ତି କ୍ଲବର ଡୁଙ୍ଗୁରିପାଲି ବ୍ଲକ ସ୍ତରୀୟ ଧାରଣୀୟ ଜୀବନ ଶୈଳୀ ମଡେଲ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ସେଣ୍ଟର ଫର ଏନ୍‌ଭର୍‌ମେଣ୍ଟାଲ ଏଜୁକେସନ ତରଫରୁ ଆୟୋଜିତ ତଥା ସ୍ଥାନୀୟ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଶ୍ୱନାଥ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରଦର୍ଶନୀକୁ ମୁଖ୍ୟ ଅତିଥି ଭାବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗଣେଶ କିସାନ, ମୁଖ୍ୟବକ୍ତା ଭାବରେ ବ୍ଲକ ବିଜ୍ଞାନ ସଂଯୋଜକ ଉମାକାନ୍ତ ତ୍ରିପାଠୀ ଓ ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ସାଧନ କେନ୍ଦ୍ର ସଂଯୋଜକ ପ୍ରଦୀପ୍ତ କିଶୋର ଦାଶ ଯୋଗଦେଇ ନିଜ ବକ୍ତବ୍ୟ ମାଧ୍ୟମରେ ବର୍ତ୍ତମାନର ଜୀବନ ଶୈଳୀ ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପକାଉଥିବାରୁ ଚିନ୍ତା ପ୍ରକଟ କରିବା ସହ ଶକ୍ତି ସଂରକ୍ଷଣ ପାଇଁ ଛାତ୍ରଛାତ୍ରୀଙ୍କ ନୂତନ ଚିନ୍ତାଧାରା ଓ ପ୍ରକଳ୍ପ ସମାଜକୁ ଦିଗଦର୍ଶନ ଦେବ ବୋଲି କହିଥିଲେ । ସମଲେଇଚୁଆଁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲୋକନାଥ ମେହେର, ଗଜବନ୍ଧ ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ବିଜ୍ଞାନ ଶିକ୍ଷକ ଯୁଧିଷ୍ଠିର ରଣା ଓ ବେହେରାମାଲ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ହୃଷିକେଶ ଭୋଇ ବିଚାରକ ଭାବେ ଯୋଗଦାନ କରିଥିଲେ । କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ଶକ୍ତି କ୍ଲବ କୁଇଜ଼ କାର୍ଯ୍ୟକ୍ରମରେ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ଯଥାକ୍ରମେ ୮୦୦, ୭୦୦ ଓ ୫୦୦ ଟଙ୍କା ପୁରସ୍କାର ରାଶି ଦିଆଯାଇଥିଲା । ପ୍ରଦର୍ଶନୀରେ ବ୍ଲକର ବିଭିନ୍ନ ଉଚ୍ଚ ବିଦ୍ୟାଳୟରୁ ପ୍ରଦର୍ଶିତ ୨୪ଟି ପ୍ରକଳ୍ପ ମଧ୍ୟରୁ ପ୍ରଥମ ଦଶଟି ସ୍ମିତାରାଣୀ ମିଶ୍ର, ନିବେଦିତା ସାହୁ, ଅରୟାସ ବିଶ୍ୱାଳ, ପଦ୍ମଲୋଚନ ସୁନା, ଶେଖର ଚନ୍ଦ୍ର ପୁଟେଲ, ଶ୍ୱେତା ଘିବଲା, ଏସ୍‌. ଦିବାକର, ନେହା ମେହେର, ସୋନିୟା ଜୁଆଡ଼ି ଓ ରୋହିତ ସାହୁଙ୍କ ପ୍ରକଳ୍ପ ଜିଲ୍ଲା ସ୍ତରକୁ ମନୋନୀତ ହୋଇଛନ୍ତି । ପ୍ରଦର୍ଶନୀରେ ପ୍ରଥମ ତିନି ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ଯଥାକ୍ରମେ ୧୫୦୦, ୧୦୦୦ ଓ ୫୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ଚିନାଜୁରୀ ସିଆରସିସି ରମେଶ ଭୋଇ, ଗଜବନ୍ଧ ସିଆରସିସି ନରେନ୍ଦ୍ର ପୁରୋହିତ, ବିଜ୍ଞାନ ଶିକ୍ଷୟିତ୍ରୀ ଇତିଶ୍ରୀ ପାଣ୍ଡେ, ସସ୍ମିତା ସାହୁ, ସୌଦାମିନୀ ସାହୁ, ଶିକ୍ଷୟିତ୍ରୀ ବିଦ୍ୟୁତପ୍ରଭା ପୂଜାରୀ, ମଧୁସ୍ମିତା ମେହେର, ମାମିନା ସାହୁ, ଶିକ୍ଷକ କ୍ଷୀରସିନ୍ଧୁ ବାଗ, ବିଶ୍ଵାମିତ୍ର ଭୁଏ, ସୂର୍ଯ୍ୟ ନାରାୟଣ ପଟ୍ଟନାୟକ, ହୃଦୟାନନ୍ଦ ମେହେର, ମନବୋଧ ମୁଖୀ, ମାୟାବର୍ହା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରବିଚନ୍ଦ୍ର ପଶାୟତ, ବଡ଼କରଲେ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରମାକାନ୍ତ ପଧାନ, ବ୍ଲକ ବିଜ୍ଞାନ ସମ୍ପାଦକ ଦୀନବନ୍ଧୁ ପଧାନ, ନାରାୟଣ ମେହେର, ବ୍ଲକର ବିଭିନ୍ନ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶିକ୍ଷୟିତ୍ରୀ, ସମସ୍ତ ଛାତ୍ରଛାତ୍ରୀ ତଥା ବିଦ୍ୟାଳୟର ସମସ୍ତ କର୍ମଚାରୀଙ୍କ ସହଯୋଗ କାର୍ଯ୍ୟକ୍ରମକୁ ସଫଳ କରିଥିଲା । ଶିକ୍ଷକ ବିଶ୍ୱସମ୍ରାଟ ଭୋଇ ସଭା ସଂଯୋଜନା ଓ ଶିକ୍ଷକ ବଳଦେବ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.