jittmm
sonalika

ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟକୁ ଆକ୍ରମଣ ଓ ମହିଳା କର୍ମୀଙ୍କୁ ଦୁର୍ବ୍ୟବହାର ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଯୁବ ଓ ଛାତ୍ର କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଂସଦର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଫଟୋଚିତ୍ରକୁ ଅସମ୍ମାନ ପ୍ରଦର୍ଶନ ପ୍ରତିବାଦରେ ବଲାଙ୍ଗିର କଂଗ୍ରେସ ପକ୍ଷରୁ ବଲାଙ୍ଗିର ଏସ୍‌ପି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ଦାବିପତ୍ର ପ୍ରଦାନ କରାଯାଇଛି । କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଜୁଲାଇ ୨ ତାରିଖ ଦିନ ଭାରତୀୟ ଜନତା ଯୁବ ମୋର୍ଚ୍ଚାର କର୍ମକର୍ତ୍ତାଗଣ ଭୁବନେଶ୍ୱର ସ୍ଥିତ କଂଗ୍ରେସ ଭବନ ସମ୍ମୁଖକୁ ଆସି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିପକ୍ଷରେ ନାରାବାଜି କରିବା ସହ ତାଙ୍କ ପୋଷ୍ଟର ଉପରକୁ ଗୋବର ଓ ଟେକାମାଡ କରିଥିଲେ । ଯେଉଁଥିରେ ୬ ଜଣ ଆହତ ମଧ୍ୟ ହୋଇଥିଲେ । କଂଗ୍ରେସ କର୍ମୀଙ୍କ କହିବାନୁସାରେ ପୋଲିସର ଉପସ୍ଥିତିରେ ଏପରି କାଣ୍ଡ ଭିଆ ଯାଇଥିଲା । ଯେଉଁଥିରେ କମିଶନରେଟ ପୋଲିସ ନିରବଦ୍ରଷ୍ଟା ସାଜିଥିଲା । ଏହା ବିପକ୍ଷରେ କଂଗ୍ରେସ ଦଳ ପକ୍ଷରୁ ଜୁଲାଇ ୨ ତାରିଖରେ ଏକ ଏଫ୍‌ଆଇଆର୍‌ ରୁଜୁ କରାଯାଇଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯିବା ଦୁର୍ଭାଗ୍ୟଜନକ ବୋଲି କଂଗ୍ରେସ ଦଳ ପକ୍ଷରୁ କୁହାଯାଇଥିଲା । ଭାରତୀୟ ଯୁବ କଂଗ୍ରେସ ରାଷ୍ଟ୍ରୀୟ ପ୍ରବକ୍ତା ଅଙ୍କିତ ସାହୁଙ୍କ ନେତୃତ୍ୱରେ ହୋଇଥିବା ଏହି ବିକ୍ଷୋଭ ସଭାରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଅଶୋକ କୁମାର ନନ୍ଦ, କାର୍ଯ୍ୟକାରୀ ସଭାପତି ମନୀଷ ମିଶ୍ର, ବଲାଙ୍ଗିର ବିଧାନସଭା ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ନାଶିର ଖାନ, ଜିଲ୍ଲା କଂଗ୍ରେସ କମିଟି ପ୍ରବକ୍ତା ଅଜୟ ବାଲି, ଜିଲ୍ଲା କିଶାନ ସେଲ ଅଧ୍ୟକ୍ଷ ସାନନ୍ଦ ମିଶ୍ର, ବରିଷ୍ଠ କଂଗ୍ରେସ ନେତା କୈଳାଶ ମିଶ୍ର, ରାଜ୍ୟ କିଶାନ ସେଲ ସାଧାରଣ ସମ୍ପାଦକ ସରୋଜ ରଥ, ରାଜ୍ୟ ଛାତ୍ର କଂଗ୍ରେସ ସମ୍ପାଦକ ଅଜିତ ମହାନନ୍ଦ, ଜିଲ୍ଲା ଛାତ୍ର କଂଗ୍ରେସ କମିଟି ପ୍ରବକ୍ତା ନୀତି ପ୍ରଧାନ, ଜିଲ୍ଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଦ୍ରୋଣ କୁମ୍ଭାର, ବରିଷ୍ଠ କଂଗ୍ରେସ ନେତା ବିପିନ କୁଶଲିଆ, ଶ୍ରୀଧର ବାରିକ, ସଂଜୟ ମିଶ୍ର, ଚିନ୍ମୟ ବେହେରା, ସାନୁ ମନହିରା, ଟିକଲ ପୁଟେଲ, ଚନ୍ଦନ ସାହୁ, ଆଲୋକ ଜେମ୍ସ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.