ls

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିଜେପି, ବିଜେଡି ଗୋଷ୍ଠୀର ମାଡ଼ପିଟ ପ୍ରତିବାଦରେ ବିଜେଡିର ଥାନା ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ

sb
  • ସଇଁତଲାରେ ଚାପା ଉତ୍ତେଜନା

ସଇଁତଲା, (ପ୍ରମୋଦ ସେଲମା) : ପୂର୍ବ ଶତ୍ରୁତା କେନ୍ଦ୍ର କରି ଗତ ମଙ୍ଗଳବାର ଦିନ ବିଜେପି ବିଜେଡି ଗୋଷ୍ଠୀର ଯୁବକମାନେ ମାଡ଼ପିଟ ହୋଇଥିବା ନେଇ ସଇଁତଲା ଅଞ୍ଚଳ ଚାପା ଉତ୍ତେଜନା ସୃଷ୍ଟି ହୋଇଛି । ଘଟଣାକୁ ନେଇ ପୋଲିସ ଥାନାରେ ଉଭୟ ଗୋଷ୍ଠୀ ତରଫରୁ ପୃଥକ ପୃଥକ ୨ ଗୋଟି ମାମଲା ରୁଜୁ କରି ଉଭୟ ଗୋଷ୍ଠୀକୁ ପୋଲିସ ସଇଁତଲା କୋର୍ଟକୁ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଟିଟିଲାଗଡ଼ ଜେଲ ହାଜତକୁ ପଠାଇଦେଇଛି । ଏହାର ପ୍ରତିବାଦରେ ବିଜେଡି ତରଫରୁ ପୋଲିସ ପାତର ଅନ୍ତରକୁ ନେଇ ସଇଁତଲା ଥାନା ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏନେଇ ଟିଟିଲାଗଡ଼ ଏସ୍‌ଡିପିଓ ଅଙ୍କିତା କୁମ୍ଭାର ଆନ୍ଦୋଳନକାରୀ ସ୍ଥଳ ପହଂଚି ଅନ୍ୟ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୁତ ହୋଇଛି । ପ୍ରକାଶ ଯେ, ଗତ ମଙ୍ଗଳବାର ଦିନ ସନ୍ଧ୍ୟାରେ ବିଜେଡି କର୍ମୀ ମହେନ୍ଦ୍ର ଭୋଇ ଓ ତାଙ୍କ ସମର୍ଥଜମାନେ ଫପସି ବଡ଼ମାଳ ଏକ ଢ଼ାବାକୁ ଖାଇବାକୁ ଯାଇଥିଲେ । ସେ ସମୟରେ ପୂର୍ବ ଶତ୍ରୁତା ନେଇ ରମେଶ ବସ୍ତିଆ ଓ ତାଙ୍କ ସମର୍ଥକମାନେ ପହଂଚି ଦୁହେଁ ଗୋଷ୍ଠୀ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା । ଏହାପରେ ମାଡ଼ ପିଟ ହୋଇ ଦୁହେଁ ଗୋଷ୍ଠୀ ଥାନା ଏତଲା ଦେଇଥିଲେ । ଏହାକୁ ଭିର୍ତ୍ତି ପୋଲିସ ପୃଥକ ପୃଥକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଦୁହେଁ ଗୋଷ୍ଠୀଙ୍କୁ କୋର୍ଟ ଚାଲାଣ କରିଥିଲେ । ଅନ୍ୟପଟେ ମହେନ୍ଦ୍ର ଭୋଇ ଏହି ଘଟଣାରେ ୬ ଜଣଙ୍କ ନାମ ଏତଲା ଦେଇଥିଲେ ମଧ୍ୟ ପୋଲିସ ୩ ଜଣକୁ ଗିରଫ କରିଥିଲା ଏହାର ପ୍ରତିବାଦରେ ବିଜେଡି ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇଙ୍କ ନେତୃତ୍ୱରେ ପୋଲିସ କାର୍ଯ୍ୟକଳାପ ଅସନ୍ତୋଷ ପ୍ରକାଶ କରି ସମର୍ଥକମାନଙ୍କ ସହ ମିଶି ସଇଁତଲା ଥାନାକୁ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଘଟଣାର ଖବର ପାଇଁ ବଲାଙ୍ଗିର ଏସ୍‌ପି ରିଷିକେଶ ଖିଲାରୀ, ସଇଁତଲା ଆଇଆଇସି ସୁଶାନ୍ତ ପ୍ରଧାନ, ଟିଟିଲାଗଡ଼ ଆଇଆଇସି ଅବନୀ ସାହୁଙ୍କ ସହ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଏହି ଘଟଣାକୁ ନେଇ ବର୍ତ୍ତମାନ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି ।

pc pk
Leave A Reply

Your email address will not be published.