ଗାନ୍ଧିଜୀଙ୍କ ଉପରେ ସ୍ୱତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସ୍ୱାଧୀନତାର ଅମୃତ ମହୋତ୍ସବ ତଥା ଗାନ୍ଧୀ ଜୟନ୍ତୀ ପରିପ୍ରେକ୍ଷୀରେ କଟକ ତେଲେଙ୍ଗାପେଣ୍ଠ ସ୍ଥିତ ସ୍ୱରାଜ ଆଶ୍ରମରେ ଆୟୋଜିତ ହୋଇଛି ଗାନ୍ଧିଜୀଙ୍କ ଉପରେ ସ୍ୱତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀ । ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରୀପାଠୀ ଏବଂ କଟକ ଡିଏମ୍‌ ଭବାନୀ ଶଙ୍କର ଚଇନି ଏହି ତିନିଦିନିଆ ପ୍ରଦର୍ଶନୀର ଉଦ୍‌ଘାଟନ କରିଛନ୍ତି । କଟକ ତେଲେଙ୍ଗାପେଣ୍ଠ ସ୍ଥିତ ସ୍ୱରାଜ ଆଶ୍ରମରେ ଗାନ୍ଧିଜୀଙ୍କ ଉପରେ ଆୟୋଜିତ ତିନିଦିନିଆ ସ୍ୱତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀ ଦେଖିବା ନିମନ୍ତେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗ୍ରହ ପ୍ରକାଶ ପାଇଛି । ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଗାନ୍ଧିଜୀଙ୍କ ଜୀବନାଦର୍ଶ ସମ୍ବନ୍ଧୀତ ଫଟୋଚିତ୍ର ଦେଖିବାକୁ ପ୍ରଦର୍ଶନୀ ସ୍ଥଳରେ ପହଞ୍ଚୁଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭିଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.